ଦିଲ୍ଲୀରେ ବିଜେପିର ସଂକଳ୍ପ ପତ୍ରରେ ମିଳିଛି ମହିଳାଙ୍କୁ ଗୁରୁତ୍ୱ
ଦିଲ୍ଲୀରେ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ଶେଷ ତାରିଖ । ଏହି ସମୟରେ ବିଜେପି ନିଜର ସଂକଳ୍ପ ପତ୍ର ଜାରି କରିଛି । ଦିଲ୍ଲୀର ସମସ୍ତ ୭୦ ବିଧାନସଭା ଆସନ ପାଇଁ ଏକାସହ ୫ ଫେବୃଆରୀରେ ମତଦାନ ହେବା ସହ ୮ ଫେବୃଆରୀରେ ଗଣନା ହେବ ।ବିଜେପିର ସଂକଳ୍ପ ପତ୍ର ମିଳିଛି ମହିଳାଙ୍କୁ ଗୁରୁତ୍ୱ । ମହିଳାଙ୍କୁ ସଶକ୍ତ କରିବା ଆମର ପ୍ରାଥମିକତା ବୋଲି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା କହିଛନ୍ତି । ଏହି ଅବସରରେ ସେ ଘୋଷଣା କରିଛନ୍ତି, ଗରିବ ମହିଳାଙ୍କୁ ଗ୍ୟାସ ସିଲିଣ୍ଡରରେ ୫୦୦ ଟଙ୍କା ସବସିଡି ମିଳିବ । ହୋଲି, ଦୀପାବଳିରେ ଗୋଟିଏ ଗ୍ୟାସ ସିଲିଣ୍ଡର ମାଗଣାରେ ଦିଆଯିବ । ମହିଳାଙ୍କୁ ପ୍ରତିମାସରେ ସମୃଦ୍ଧି ଯୋଜନାରେ ୨୫୦୦ ଟଙ୍କା ମିଳିବ । ଗର୍ଭବତୀଙ୍କୁ ଏକକାଳୀନ ୨୧ ହଜାର ଟଙ୍କା ଦିଆଯିବ । ମାତୃତ୍ୱ ଛୁଟି ୧୨ ସପ୍ତାହରୁ ୨୬ ସପ୍ତାହକୁ ବୃଦ୍ଧି ସହ ଆୟୁଷ୍ମାନ ଭାରତ ଯୋଜନା ଦିଲ୍ଲୀରେ ଲାଗୁ କରାଯିବା ପାଇଁ ମଧ୍ୟ କହିଛନ୍ତି ଜେପି ନଡ୍ଡା ।