୨୨ ତାରିଖରୁ ରାଜ୍ୟରେ ପିଏମ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ଆରମ୍ଭ

ଜାନୁଆରୀ ୨୨ ତାରିଖରୁ ରାଜ୍ୟରେ ପିଏମ ଆବାସ-ଗ୍ରାମୀଣ ଯୋଜନା ପାଇଁ ସର୍ଭେ ଆରମ୍ଭ ହେବ । ତେବେ ଯେଉଁ ଯୋଗ୍ୟ ହିତାଧିକାରୀ ଏହି ଯୋଜନା ପାଇବାରୁ ବାଦ୍ ପଡିଯାଇଛନ୍ତି ସେମାନଙ୍କୁ ଆୱାସ ପ୍ଲସ୍ ମୋବାଇଲ ଆପ ମାଧ୍ୟମରେ ଚିହ୍ନଟ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ପରିଷଦ କାର୍ଯ୍ୟନିବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି ।’ଆୱାସ୍ ପ୍ଲସ୍’ ମୋବାଇଲେ ଆପ୍ ମାଧ୍ୟମରେ କରାଯିବ ହିତାଧିକାରୀଙ୍କୁ ଚିହ୍ନଟ । ତେବେ ଏହି ପ୍ରକ୍ରିୟା ଜାନୁଆରୀ ୨୨ ତାରିଖରୁ ଆରମ୍ଭ ହୋଇଛି ମାର୍ଚ୍ଚା ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ । ତେବେ ସଂଶୋଧିତ ସର୍ଭାବଳୀ ଆଧାରରେ ସାନି ସର୍ଭେରେ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବାଦ୍ ନ ପଡି ଯାଆନ୍ତୁ ସେଥି ପ୍ରତି ଧ୍ୟାନ ଦିଆଯିବ । ବିଭାଗ ପକ୍ଷରୁ ନଭେମ୍ବର ୨୭ ଓ ଡିସେମ୍ବର ୨୭ତାରିଖରେ ପ୍ରଧାନମନ୍ତ୍ରୀ-ଆବାସ ଯୋଜନାକୁ ନେଇ ଏସଓପି ଓ ସର୍ତ୍ତାବଳୀ ଜାରି କରାଯାଇଥିଲା ।

Related Articles

Back to top button