ବିସିସିଆଇ ବିରୋଧରେ ଅଜବ ଅଭିଯୋଗ ଆଣିଛି ପାକିସ୍ତାନ କ୍ରିକେଟ ବୋର୍ଡ଼
ଚାମ୍ପିୟନ୍ସ ଟ୍ରଫି ୨୦୨୫ ଆରମ୍ଭ ହେବାକୁ ଆଉ ଅଧିକ ସମୟ ବାକି ନାହିଁ। ଏହି ଟୁର୍ଣ୍ଣାମେଣ୍ଟ ଫେବ୍ରୁଆରି ୧୯ରୁ ଆରମ୍ଭ ହେବାକୁ ଯାଉଛି।ସେପଟେ ପାକିସ୍ତାନ କ୍ରିକେଟ ବୋର୍ଡ ଓ ବିସିସିଆଇ ମଧ୍ୟରେ ଅଭିଯୋଗଯୁଦ୍ଧ ଜାରି ରହିଛି। ବାସ୍ତବରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ଆୟୋଜନ କରୁଛି। ତେବେ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯିବ ନାହିଁ।ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ହାଇବ୍ରିଡ୍ ମଡେଲରେ ଦୁବାଇରେ ମ୍ୟାଚ୍ ଖେଳିବ। ଇତିମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ ବିସିସିଆଇ ବିରୋଧରେ ଅଜବ ଅଭିଯୋଗ ଆଣିଛି।‘କ୍ରିକେଟ୍ ରେ ରାଜନୀତି ଆଣିଛି ବିସିସିଆଇ…’ ପାକିସ୍ତାନ କ୍ରିକେଟ୍ ବୋର୍ଡ କହିଛି ଯେ ବିସିସିଆଇ କ୍ରିକେଟରେ ରାଜନୀତି ଆଣିଛି, ଯାହା ଖେଳ ପାଇଁ ଭଲ ନୁହେଁ।ପାକିସ୍ତାନ ଗସ୍ତ ପାଇଁ ମନା କରିଦେଇଛି ଭାରତ। ଏବେ ପାକିସ୍ତାନରେ ହେବାକୁ ଥିବା ଉଦଘାଟନୀ ସମାରୋହରେ ଭାରତ ତା’ର ଅଧିନାୟକଙ୍କୁ ପଠାଉନାହିଁ।ଏହାବ୍ୟତୀତ ଆୟୋଜକ ଦେଶ ପାକିସ୍ତାନର ନାମ ଭାରତୀୟ ଖେଳାଳିଙ୍କ ଜର୍ସିରେ ରହିବ ନାହିଁ। ଆମେ ଏଭଳି ସୂଚନା ପାଉଛୁ। ପାକିସ୍ତାନ କ୍ରିକେଟ୍ ବୋର୍ଡ ଆହୁରି ମଧ୍ୟ କହିଛି ଯେ ଆଇସିସି ପାକିସ୍ତାନକୁ ସମର୍ଥନ କରିବା ଉଚିତ।ଏହାବ୍ୟତୀତ ଏହି ସବୁ ଜିନିଷକୁ ବନ୍ଦ କରିବା ଦରକାର। ବିସିସିଆଇ କ୍ରିକେଟ୍କୁ ରାଜନୀତିକରଣ କରୁଛି ବୋଲି ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଭିଯୋଗ କରିଛି।