ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ସୋନିଆ ଗାନ୍ଧିଙ୍କ ମନ୍ତବ୍ୟ : ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଦାବି କଲା ବିଜେପି

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ବିଜେପି ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ନିନ୍ଦା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ନଡ୍ଡା କହିଛନ୍ତି ଯେ ଏଭଳି ଶବ୍ଦର ଉଦ୍ଦେଶ୍ୟମୂଳକ ବ୍ୟବହାର କଂଗ୍ରେସ ପାର୍ଟିର ଆଭିଜାତ୍ୟ, ଗରିବ ବିରୋଧୀ ଏବଂ ଆଦିବାସୀ ବିରୋଧୀ ସ୍ୱଭାବକୁ ଦର୍ଶାଉଛି। ରାଷ୍ଟ୍ରପତି ଓ ଦେଶର ଆଦିବାସୀ ସମ୍ପ୍ରଦାୟକୁ ନିଃସର୍ତ୍ତ କ୍ଷମା ମାଗିବାକୁ ଶ୍ରୀ ନଡ୍ଡା କଂଗ୍ରେସକୁ ଦାବି କରିଛନ୍ତି। ଦେଶର ସର୍ବୋଚ୍ଚ ପଦବୀକୁ ବାରମ୍ବାର ଅପମାନିତ କରିବା ପରିବର୍ତ୍ତେ ଗଣତନ୍ତ୍ରର ମନ୍ଦିରରେ ଅର୍ଥପୂର୍ଣ୍ଣ ଆଲୋଚନା ଉପରେ ବିରୋଧୀମାନେ ଧ୍ୟାନ ଦେବାର ସମୟ ଆସିଛି ବୋଲି ସେ କହିଛନ୍ତି।ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ବୋଲି ଶ୍ରୀ ନଡ୍ଡା କହିଛନ୍ତି। ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ବିଗତ ଏକ ଦଶନ୍ଧି ମଧ୍ୟରେ ସରକାରଙ୍କ ଉଲ୍ଲେଖନୀୟ ବିକାଶ ଯାତ୍ରାର ଏକ ବିସ୍ତୃତ ସମୀକ୍ଷା ପ୍ରଦାନ କରୁଛି ବୋଲି ସେ କହିଛନ୍ତି।

Related Articles

Back to top button