ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଚଳିତ ବଜେଟରେ ଆୟକର ହ୍ରାସ କରି ମଧ୍ୟବିତ୍ତ ପରିବାରକୁ ଏକ ବଡ଼ ଉପହାର ଦେଇଥିବା କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଲା ସୀତାରମଣଙ୍କୁ ଏବେ ସବୁଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼ କରିଛନ୍ତି କେନ୍ଦ୍ର ସରକାର । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଦୀ ସରକାରଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଶୁଭେଚ୍ଛା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଏକ୍ସରେ କହିଛନ୍ତି, ନୂତନ ଟିକସ ବ୍ୟବସ୍ଥାରେ ଏକ ପରିବର୍ତ୍ତନକାରୀ ପଦକ୍ଷେପରେ ୧୨ ଲକ୍ଷ ପର୍ଯ୍ୟନ୍ତ ଶୂନ୍ୟ ଆୟକର ଛାଡ଼ କରିବାଥବାରୁ ହୃଦୟରୁ ଧନ୍ୟବାଦ ଜଣାଉଛି । ଏହି ଦୂରଦୃଷ୍ଟିପୂର୍ଣ୍ଣ ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ କରୁଛି, ଅର୍ଥନୀତିକୁ ସୁଦୃଢ଼ କରୁଛି ଏବଂ ସମସ୍ତଙ୍କ ପାଇଁ ଉଜ୍ଜ୍ୱଳ ଆର୍ଥିକ ସୁଯୋଗ ପାଇଁ ପଥ ପ୍ରଶସ୍ତ କରୁଛି ।