ଅର୍ନ୍ତରାଜ୍ୟ ଲୁଟେରା ଗିରଫ : ୩ କୋଟି ୫୧ ଲକ୍ଷ ଟଙ୍କା ଜବତ
ଓଡିଶା ପୋଲିସକୁ ମିଳିଛି ବଡ଼ ସଫଳତା । ୮ ଅର୍ନ୍ତରାଜ୍ୟ ଲୁଟେରାଙ୍କୁ ଧରିବାରେ ସଫଳ ହୋଇଛି ପୋଲିସ । ସେମାନଙ୍କଠାରୁ ୩ କୋଟି ୫୧ ଲକ୍ଷ ଟଙ୍କା ଜବତ କରାଯାଇଛି ।ଲୁଟ୍ ପରେ ଧରାପଡ଼ିଲେ ଏହି ଡକାୟତ ଗ୍ୟାଙ୍ଗ । ଭାଟି ଲୁଟିବା ପରେ ଲୁଟ୍ ଟଙ୍କାକୁ ଜଙ୍ଗଲରେ ଲୁଚେଇ ରଖିଥିଲେ ।ପୋଲିସ ସୂଚନା ମୁତାବକ ଏହି ଡକାୟତମାନେ ଝାଡଖଣ୍ଡର । ସାଦା ପୋସାକରେ ଥିବା ପୋଲିସଙ୍କୁ ଜଙ୍ଗଲ ରାସ୍ତାରେ ଲିଫ୍ଟ ମାଗିଥିଲେ ଡକାୟତ ।ସେମାନଙ୍କ ବ୍ୟବହାରରେ ସନ୍ଦେହ ହେବା କାରଣରୁ ଧର୍ମଗଡ଼ ପୋଲିସ ଉକ୍ତ ଡକାୟତଙ୍କୁ ମାଡ଼ି ବସିଥିଲା । ଏଥିସହ ଜଙ୍ଗଲରେ ଲୁଚାଇଥିବା ଲୁଟ୍ ଟଙ୍କାକୁ ପୋଲିସ ଜବତ କରିନେଇଛି ।ଗିରଫ ଡକାୟତଙ୍କୁ ପଚରା ଉଚରା କରି ଘଟଣାର ଯାଞ୍ଚ ଚଳାଇଛି ଧର୍ମଗଡ଼ ପୋଲିସ ।