ଫେବ୍ରୁଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିଶନ

ଫେବ୍ରୁଆରୀ ୪ ରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଗସ୍ତରେ ଆସିବେ ଷୋଡ଼ଶ ଅର୍ଥ କମିଶନ । ଗସ୍ତ ସମୟରେ କମିଶନଙ୍କ ଆଗରେ ରାଜ୍ୟ ସରକାର ଆଗାମୀ ୫ବର୍ଷ ଲାଗି କଣ ଦାବି ରଖୁଛନ୍ତି ତାକୁ ନେଇ ଚର୍ଚ୍ଚା, ଆଲୋଚନା ଆରମ୍ଭ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ଷୋଡ଼ଶ ଅର୍ଥ କମିଶନରେ ଦାବି ସମ୍ଭାବନା । ୨ ଲକ୍ଷ ୫୬ ହଜାର ୧୪୮ କୋଟି ଟଙ୍କା ଦାବି ରଖିବେ ସରକାର । ଏହାକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିସାରିଛି ।ପ୍ରାକୃତିକ ବିପର୍ଯ୍ୟୟ ଲାଗି ସ୍ୱତନ୍ତ୍ର ପ୍ୟାକେଜ ଦାବି ହେବ । ଗ୍ରମାଞ୍ଚଳକୁ ଉନ୍ନତ କରିବା ପାଇଁ ସମସ୍ତ ଅଞ୍ଚଳରେ ନେଟୱର୍କ ସଂଯୋଗ ପରି କେତେକ ଗୁରୁତ୍ୱପୂର୍ଣ୍ଣ ଦାବି ରଖିପାରନ୍ତି ସରକାର । ସେପଟେ ରାଜ୍ୟ ଅର୍ଥ କମିଶନ ଗଠନରେ ବିଳମ୍ବ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କ ଦାବି ଉପରେ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ।

୨୦୨୧-୨୬ ବର୍ଷ ଲାଗି ତତ୍କାଳୀନ ରାଜ୍ୟ ସରକାର ଅର୍ଥ କମିଶନ ଆଗରେ ୮ ଲକ୍ଷ ୨୪ ହଜାର କୋଟି ଟଙ୍କାର ଦାବି ରଖିଥିବାବେଳେ ୨ ଲକ୍ଷ ୨୨ ହଜାର କୋଟି ଟଙ୍କାର ଅନୁଦାନ ମିଲିଥିଲା ।

Related Articles

Back to top button