ରେଳ ୱାଗନରୁ ୧୨ ବୋମା ଜବତ : ୨ ଜଣ ନିଲମ୍ବିତ

ରେଳ ୱାଗନରୁ ବୋମା ଜବତ ଘଟଣାରେ ୨ ଜଣଙ୍କୁ ନିଲମ୍ବିତ କରାଯାଇଛି । ଆଜି ୱାଗନରୁ ୧୨ଟି ବୋମା ଜବତ ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।ସୂଚନାରୁ ପ୍ରକାଶ ଗୋଲାବାରୁଦ କାରଖାନାର ୨ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଉଛନ୍ତି ଜୁନିୟର ୱାର୍କସ ମ୍ୟାନେଜର ସୁଶାନ୍ତ ପାଣିଗ୍ରାହୀ ଏବଂ ଜୁନିୟର ୱାର୍କସ ମ୍ୟାନେଜର ବୌଦ୍ଧ ବେହେରା ।ମାଓପ୍ରବଣ ଅଞ୍ଚଳ କଣ୍ଟାବାଞ୍ଜି ରେଲୱେ ଷ୍ଟେସନରେ ଯାଞ୍ଚବେଳେ ରେଳ ୱାଗନରୁ ୧୨ଟି ବୋମା ଜବତ ହୋଇଥିବା ଘଟଣା ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଥିଲା ।ଜବତ ବୋମା ସଇଁତଳା ଗେଳାବାରୁଦ କାରଖାନାର ହୋଇଥିବା ସୂଚନା ।ତେବେ ବୋମା ଫେରାଇ ଦିଆଯାଇଥିବା କହିଲେ ଷ୍ଟେସନ ମାଷ୍ଟର । ଟ୍ରେନରେ ବିସ୍ଫୋରଣ କରିବା ଯୋଜନାରେ ଷଡଯନ୍ତ୍ରକାରୀ ବୋମା ରଖିିଥିବା ସନ୍ଦେହ କରାଯାଉଛି ।

Related Articles

Back to top button