ସହରରେ ଚାଲୁଥିବା ସରକାରୀ ବସ ୪୦ କିମି ବେଗରୁ ଅଧିକ ସ୍ପିଡ଼ରେ ଚାଲିପାରିବ ନାହିଁ

ମୋ ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ ଙ୍କ ପ୍ରତିକ୍ରିୟା । ସହରରେ ଚାଲୁଥିବା ସରକାରୀ ବସ ୪୦ କିମି ବେଗରୁ ଅଧିକ ସ୍ପିଡ଼ରେ ଚାଲିପାରିବ ନାହିଁ । ଏହା ଉପରେ ବାରମ୍ବାର ଅନୁଧ୍ୟାନ କରାଯାଉଛି ।ଡ୍ରାଇଭର ମଦ ପିଇ ଗାଡି ଚଳାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଦିନକୁ ୩ ଥର ଟେଷ୍ଟ କରାଯାଉଛି । ଏହି ପ୍ରକ୍ରିୟା ଭିତରେ ୩ ରୁ ୪ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ ତାଙ୍କୁ ବରଖାସ୍ତ କରାଯାଇଛି । ବାକି ଅନ୍ୟାନ କଥାକୁ ଗୁରୁତ୍ୱ ଦିଆଯାଉଛି । ଯେହେତୁ ଭିଡ଼ ହେଉଛି, ସେଥିପାଇଁ କେଉଁଠି ନା କେଉଁଠି ତ୍ରୁଟି ରହୁଛି, ଏହାକୁ ଅନୁଧ୍ୟାନ କରି ଖୁବଶୀଘ୍ର ଏହାର ବ୍ୟବସ୍ଥା ପାଇଁ ଚିନ୍ତା କରାଯାଉଛି ବୋଲି କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ । ଲଗାତାର ଭାବେ ମୋ ବସ୍ ଦୁର୍ଘଟଣା ଖବର ସାମ୍ନାକୁ ଆସୁଛି। ଆଜି ସକାଳେ କଟକରେ ଜଣେ ବ୍ୟବସାୟୀଙ୍କୁ ପିଟିଥିଲା ମୋ ବସ୍ ।

Related Articles

Back to top button