ଦିଲ୍ଲୀ ସଚିବାଳୟରେ ଥିବା ସମସ୍ତ ଫାଇଲକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ

ଦୀର୍ଘ ୨୭ ବର୍ଷ ପରେ ଦୀଲ୍ଲି ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି  ସଂଖ୍ୟାଗରିଷ୍ଠତା ହାସଲ କରିଛି। ଆପ୍‌ର ହ୍ୟାଟ୍ରିକ ବିଜୟ ସ୍ୱପ୍ନକୁ ଚୂରମାର କରି ବିଜୟ ପତାକା ଉଡ଼ାଇଛି ବିଜେପି। ଦିଲ୍ଲୀର ୭୦ଟି ବିଧାନସଭା ଆସନରୁ ଦଳ ୪୮ଟି ଆସନ ଜିତି ରେକର୍ଡ କରିଛି। ୨୦୧୫ ଓ ୨୦୨୦ ବିଧାନସଭା ନିର୍ବାଚନରେ ରେକର୍ଡ ସଂଖ୍ୟକ ଆସନ ଜିତିଥିବା ଆପ୍‌ ଏଥର ୨୨ରେ ଅଟକି ଯାଇଛି।ଆଉ ଦିଲ୍ଲୀରେ ବିଜେପିର ବିଜୟ ପରେ ଦିଲ୍ଲୀ ସଚିବାଳୟକୁ ସିଲ୍ କରାଯାଇଛି । ସଚିବାଳୟରେ ଥିବା ସମସ୍ତ ଫାଇଲକୁ ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ସରକାରର ଜେନେରାଲ ଆଡମିନଷ୍ଟ୍ରେସନ ଡିପାର୍ଟମେଣ୍ଟ ଏକ ନୋଟିସ ଜାରି କରିଛି । ନୋଟିସରେ କୁହାଯାଇଛି କି ସୁରକ୍ଷା ସମ୍ବନ୍ଧୀୟ ଚିନ୍ତା ଓ ଅଭିଲେଖାର ସୁରକ୍ଷା ପାଇଁ ଏହି ଅନୁରୋଧ କରାଯାଉଛି କି ସାଧାରଣ ପ୍ରଶାସନ ବିଭାଗର ବିନା ଅନୁମତିରେ କୌଣସି ଫାଇଲ, କମ୍ପ୍ୟୁଟର ହାର୍ଡଓ୍ୱେୟାର ବାହାରକୁ ନନେବା ପାଇଁ ନିର୍ଦ୍ଦେଶ ରହିଛି ।

ସଚିବାଳୟର ଡକ୍ୟୁମେଣ୍ଟଗୁଡ଼ିକର ସୁରକ୍ଷା ସମ୍ପର୍କରେ ଚିନ୍ତା ପ୍ରକାଶ କରି ଏହା କୁହାଯାଇଛି ଯେ ବିଭାଗର ଅନୁମତି ବିନା ଦିଲ୍ଲୀ ସଚିବାଳୟ ପରିସର ବାହାରକୁ କୌଣସି ଫାଇଲ୍, ଡକ୍ୟୁମେଣ୍ଟ, କମ୍ପ୍ୟୁଟର ହାର୍ଡୱେର୍ ଇତ୍ୟାଦି ନିଆଯାଇପାରିବ ନାହିଁ। ଏହା ସହିତ, ବିଭାଗର ଅନୁମତି ବିନା କୌଣସି ରେକର୍ଡ କିମ୍ବା ଫାଇଲ୍ ନ ହଟାଇବାକୁ ମନ୍ତ୍ରୀ ପରିଷଦର ସମସ୍ତ ବିଭାଗ, ଏଜେନ୍ସି ଏବଂ କ୍ୟାମ୍ପ ଅଫିସଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି।

Related Articles

Back to top button