ଭାରତୀୟ AI ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ AI ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଭାରତ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ୍‌ ଟାଲେଣ୍ଟ୍‌ AI ପୁଲ୍‌ ଉପରେ କାମ କରୁଛି । ପ୍ୟାରିସରେ ଚାଲିଥିବା AI ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେଇଛନ୍ତି । ଭାରତ ଫ୍ରାନ୍ସ ଏବଂ କାନାଡ଼ା ସହିତ ଏହି ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରୁଛି । ପୂର୍ବରୁ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଭାରତର AI ମଡେଲ ବିଷୟରେ ସୂଚନା ଦେଇଥିଲେ । ପ୍ୟାରିସରେ ଚାଲିଥିବା ଏଆଇ ଆକ୍ସନ୍ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଭାରତ ଲାର୍ଜ ଲାଙ୍ଗୁଏଜ୍‌ ମଡେଲ୍‌ ଟାଲେଣ୍ଟ୍‌ AI ପୁଲ୍‌ ଉପରେ କାମ କରୁଛି । ଏହା ସହିତ, ସେ AI ସହ ଜଡିତ ବିଭିନ୍ନ ବିଷୟ ଉପରେ ମଧ୍ୟ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ-ଅଧ୍ୟକ୍ଷତାରେ ଏଆଇ ଆକ୍ସନ୍ ଶିଖର ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ସମ୍ମିଳନୀକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି AI ଏବେ ଆବଶ୍ୟକତା ପାଲଟି ଯାଇଛି । ଆମ ପାଖରେ ଦୁନିଆର ସବୁଠାରୁ ବଡ଼ ଟାଲେଣ୍ଟ୍‌ ରହିଛି । ଲୋକଙ୍କ ତଥ୍ୟକୁ ସୁରକ୍ଷିତ ରଖିବା ଆମର ଦାୟିତ୍ୱ । କିଛି ଲୋକ ଆଜିକାଲି ମେସିନର ବଢ଼ୁଥିବା ଶକ୍ତି ନେଇ ଚିନ୍ତିତ ଅଛନ୍ତି । କିନ୍ତୁ ଚିନ୍ତା କରିବାର କିଛି ନାହିଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ AI ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ପରିବର୍ତ୍ତନ କରୁଛି । ସମୟ ସହିତ, ନିଯୁକ୍ତିର ରୂପରେଖରେ ପରିବର୍ତ୍ତନ ହେଉଛି । ଆମକୁ AI ଯୋଗୁଁ ବର୍ତ୍ତମାନ ନିଯୁକ୍ତି ସଙ୍କଟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ । କିନ୍ତୁ ଇତିହାସ ସାକ୍ଷୀ ଅଛି, ଟେକ୍ନୋଲୋଜୀ କେବେ ଚାକିରି ଛଡ଼ାଇ ନେଇ ନାହିଁ । AI ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏବଂ ଆମକୁ ଏଥିପାଇଁ ଲୋକଙ୍କୁ ପ୍ରସ୍ତୁତ କରିବାକୁ ପଡିବ ।

Related Articles

Back to top button