ଅସ୍ତବ୍ୟସ୍ତ କଲାଣି ତାତି: ଫେବୃଆରୀରୁ ୩୫ ଡିଗ୍ରୀ ଛୁଇଁଲା ରାଜଧାନୀ ତାତି

ଚଳିତ ବର୍ଷ ପ୍ରଥମ ଥର ୩୫ ଡିଗ୍ରୀ ଛୁଇଁଲା ରାଜଧାନୀ ତାତି । ଆଜି ଦିନ ୨ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରାଯାଇଛି ।ଏବେ ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ କମିବାକୁ ଲାଗିଲାଣି । ଦିନରେ ଟାଣ ଖରା ହେଉଥିବା ବେଳେ ରାତିରେ ଟିକେ ଟିକେ ଥଣ୍ଡା ଅନୁଭୂତ ହେଉଛି । ତା ସାଙ୍ଗକୁ ପୁଣି ଘନ କୁହୁଡି ମଧ୍ୟ ଦୃଶ୍ୟମାନ ହେଉଛି । ହେଲେ ସବୁଠୁ ଚିନ୍ତାର କଥା ହେଉଛି, ଡରାଇଲାଣି ଫେବୃଆରୀ ତାତି । ଖରା ଦିନ ଆରମ୍ଭ ନହେଉଣୁ, ଜଳାଇଲାଣି ତାତି । ଚଳିତ ବର୍ଷରେ ପ୍ରଥମ ଥର ପାଇଁ ଓଡିଶାର ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ଛୁଇଁଛି ।

Related Articles

Back to top button