ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି।

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲେଶ୍ବର ଜିଲ୍ଲା ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିଦ୍ୟାଧର ପତିଙ୍କ ଘର, କାର୍ଯ୍ୟାଳୟ ସମେତ ଏକକାଳୀନ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ଉ କରିଛି। ତାଙ୍କ ନାଁରେ କୋଟିକୋଟି ଟଙ୍କାର ପ୍ଲଟ୍ ଓ ଫ୍ଲାଟ୍ ଥିବା ଜଣାଯାଇଛି। ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ବିପୁଳ ସମ୍ପତି ଠାବ ହୋଇଛି। ୨ଟି ପ୍ଲଟ, ୯୩୭ ଗ୍ରାମର ସୁନା, ୧.୧୨କୋଟିର ଡିପୋଜିଟ ଠାବ କରାଯାଇଛି। ଗିରଫ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଆୟ ଠାରୁ ୨୦୨୪% ଅଧିକ ସମ୍ପତି ଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗିରଫ ରେମୁଣା ତହସିଲଦାର ବିଦ୍ୟାଧର ପତିଙ୍କ ଭୁବନେଶ୍ୱରରେ ୨.୫କୋଟିର ୨ଟି ଫ୍ଲାଟ ଏବଂ ବାଲେଶ୍ୱରରେ ଗୋଟିଏ ଫ୍ଲାଟ ରହିଛି। ବିଦ୍ୟାଧର ଓ ପତ୍ନୀଙ୍କ ନାମରେ ଦେଢ଼ କୋଟିର ପୋଷ୍ଟାଲ ଓ ବ୍ୟାଙ୍କ ଜମା ଥିବା ଜଣାପଡ଼ିଛି। ୨୦୨୨ରୁ ୨୦୨୪ ମଧ୍ୟରେ ୨ ବର୍ଷରେ ଦେଢ଼ କୋଟିର ଜମା ଠାବ ହୋଇଛି। ଭୁବନେଶ୍ବର ନୀଳାଦ୍ରିବିହାରସ୍ଥିତ ୟୁକୋ ବ୍ୟାଙ୍କରେ ତାଙ୍କ ପତ୍ନୀଙ୍କ ଏକ ବ୍ୟାଙ୍କ ଲକର୍ ରହିଥିବା ସୂଚନା ମିଳିଛି।

Related Articles

Back to top button