
ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନରେ ଗୃହରେ ଅଚଳାବସ୍ଥା
ବିଧାନସଭା ବଜେଟ୍ ଅଧିବେଶନର ଦ୍ଵିତୀୟ ଦିନରେ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ ପୁଣି ମୁଲତବୀ ହୋଇଛି। ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ। ଚାଷୀ ମାରଣ ନୀତିକୁ ନେଇ ବିଜେଡିର ପ୍ରବଳ ହଟ୍ଟଗୋଳ ଓ ନାରାବାଜି କାରଣରୁ ଚାଲିପାରିଲା ନାହିଁ ଗୃହ କାର୍ଯ୍ୟ। ସୂଚନାଯୋଗ୍ୟ, ବିଧାନସଭା ଆରମ୍ଭରୁ ବିଜେଡି ଓ କଂଗ୍ରେସର ହଟ୍ଟଗୋଳ କାରଣରୁ ବିଧାନସଭାକୁ ମଧ୍ୟାହ୍ନ ୧୨ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି।