ଶେଷ ହେଲା ସଂସଦର ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ

ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଗତକାଲି ଶେଷ ହୋଇଛି । ଗତମାସ ୩୧ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ କେନ୍ଦ୍ରୀୟ ବଜେଟ୍‍ ଉପସ୍ଥାପନ ଓ ଅନ୍ୟକେତେକ ଆନୁଷଙ୍ଗିକ କାର୍ଯ୍ୟ କରାଯାଇଥିଲା । ଉଭୟ ଗୃହକୁ ଆସନ୍ତା ମାସ ୧୦ ତାରିଖ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି ।ସେହିଦିନ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଚାଲିବ । ଗତକାଲି ଲୋକସଭା ବାଚସ୍ପତି ଓମ୍‍ ବିର୍ଲା କହିଛନ୍ତି, ଅଧିବେଶନର ଏହି ପ୍ରଥମ ପର୍ଯ୍ୟାୟରେ ୧୧୨ ପ୍ରତିଶତ କାର୍ଯ୍ୟ ସଫଳତା ହାସଲ ହୋଇଛି । ସଂସଦର ମିଳିତ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ୧୭୭ ଜଣ ସଦସ୍ୟ ୧୭ ଘଣ୍ଟାରୁ ଅଧିକ ସମୟ ଧରି ଅଂଶଗ୍ରହଣ କରିଥିଲେ ବୋଲି ଶ୍ରୀ ବିର୍ଲା ଗୃହରେ ସୂଚନା ଦେଇଛନ୍ତି ।ସେହିଭଳି ୨୦୨୫-୨୬ ସାଧାରଣ ବଜେଟ୍‍ ଆଲୋଚନାରେ ୧୭୦ ଜଣ ସଦସ୍ୟ ସେମାନଙ୍କର ମତବିନିମୟ କରିଥିଲେ । ୱାକଫ୍‍ ସଂଶୋଧନ ବିଲ୍‍ ୨୦୨୪ ସଂକ୍ରାନ୍ତ ଯୁଗ୍ମ ସଂସଦୀୟ କମିଟି ରିପୋର୍ଟ ଗୃହରେ ଉପସ୍ଥାପିତ କରାଯାଇଛି ବୋଲି ଶ୍ରୀ ବିର୍ଲା କହିଛନ୍ତି ।

Related Articles

Back to top button