ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଡ ଘୋଷଣା: ଏଥର ମାଗଣାରେ ମହାପ୍ରଭୁଙ୍କ ଦର୍ଶନ ସହ ମିଳିବ ଅବଢ଼ା

ରାଜ୍ୟରେ ଶ୍ରୀଜଗନ୍ନାଥ ଯୋଜନା କାର୍ଯ୍ୟକାରୀ ହେବ। ଏ ନେଇ ସୋମବାର ବଜେଟରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଯୋଜନାରେ ସଦର ମହକୁମାଗୁଡ଼ିକରୁ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ବସ ଯୋଗେ ଶ୍ରୀମନ୍ଦିର ଅଣାଯିବ। ସେମାନେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ଏହା ସହିତ ଶ୍ରଦ୍ଧାଳୁମାନଙ୍କୁ ମାଗଣାରେ ଅବଢ଼ା ଖାଇବାକୁ ଦିଆଯିବ। ଏହି ଯୋଜନା ପାଇଁ ୩୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

Related Articles

Back to top button