ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଇନଫୋସିଟି ଥାନାରେ ରୁଜୁ ହୋଇଛି ମାମଲା : ଡିସିପି ପିନାକ ମିଶ୍ର

ପଟିଆସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଡିସିପି ପିନାକ ମିଶ୍ର ସୂଚନା ଦେଇ କହିଛନ୍ତି ଯେ ଇନଫୋସିଟି ଥାନାରେ ଅଭିଯୋଗ ଅନୁସାରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଆସିଥିବା ଜଣେ ଛାତ୍ରଙ୍କ ନାଁରେ ମାମଲା ହୋଇଛି। ଅଭିଯୁକ୍ତ ଛାତ୍ରଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା କରୁଛି। ମାନସିକ ନିର୍ଯାତନା ସହ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗ ରହିଛି।

ମୃତ ଛାତ୍ରୀଙ୍କ ରୁମରୁ ଲାପଟପ ଏବଂ ମୋବାଇଲ ଫୋନ ଜବତ କରାଯାଇଛି। ସାଇଣ୍ଟିଫିକ ଏବଂ ଫରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହ ଶବଗୃହରେ ରକାଯାଇଛି ଏବଂ ମାତାପିତା ଆସିବା ପରେ ଛାତ୍ରୀଙ୍କ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ଡିସିପି ପିନାକ ମିଶ୍ର ପ୍ରକାଶ କରାଯାଇଛି।ଅପରପକ୍ଷରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କୁ କ୍ୟାମ୍ପସ ଛାଡ଼ି ଚାଲିଯିବାକୁ ନିର୍ଦେଶ ଜାରି କରିଛନ୍ତି। କିଛି ଛାତ୍ରଛାତ୍ରୀଙ୍କୁ ବସଯୋଗେ କଟକ ରେଳଷ୍ଟେସନରେ ନିଜ ଘରକୁ ଯିବା ପାଇଁ ଛଡ଼ା ଯାଇଥିବା ସୂଚନା ମିଳିଛି।

Related Articles

Back to top button