
ଚାମ୍ପିଅନ୍ସ ଟ୍ରଫିରେ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇ ପାରିବେ ଖେଳାଳି ।
ଭାରତୀୟ କ୍ରିକେଟରଙ୍କ ପାଇଁ କୋହଳ ହେଲା ବିସିସିଆଇ । ଏବେ ଚାମ୍ପିଅନ୍ସ ଟ୍ରଫିରେ ନିଜ ପତ୍ନୀଙ୍କୁ ସାଙ୍ଗରେ ନେଇ ପାରିବେ ଖେଳାଳି । ପରିବାର ସହ ଦୁବାଇ ଯିବା ପାଇଁ ଅନୁମତି ମିଳିଛି। ବର୍ଡର ଗାଭାସ୍କର ଟ୍ରଫିରେ ପରାଜୟ ପରେ ଖେଳାଳିଙ୍କ ପାଇଁ କଠୋର ହୋଇଥିଲା ବିସିସିଆଇ ।ଖେଳାଳିଙ୍କ ପାଇଁ ଥିବା ଅନେକ ସୁବିଧା ଉପରେ ରୋକ ଲାଗିଥିଲା । ବିଦେଶ ଯାତ୍ରା ବେଳେ ପରିବାର ଲୋକ କିମ୍ବା ପତ୍ନୀଙ୍କୁ ସାଙ୍ଗରେ ନେବା ଉପରେ ପ୍ରତିବନ୍ଧକ ଲଗାଇଥିଲା ବିସିସିଆଇ । ଏବେ କିନ୍ତୁ ଖେଳାଳିଙ୍କ ପାଇଁ ବିସିସିଆଇର ହୃଦୟ ତରଳିଛି ।ଏହି ନିୟମକୁ କୋହଳ କରାଯାଇଛି । ତେବେ ପୂର୍ବରୁ ବିସିସିଆଇ ପକ୍ଷରୁ ଏକ ନିମୟ ଜାରି ହୋଇଥିଲା । ଯେଉଁଥିରେ ୪୫ ଦିନରୁ ଅଧିକ ବିଦେଶ ଯାତ୍ରା ସମୟରେ ଖେଳାଳିଙ୍କୁ ଦୁଇ ସପ୍ତାହ ପାଇଁ ପରିବାର ଲୋକଙ୍କୁ ସାଙ୍ଗରେ ନେବାର ଅନୁମତି ଥିଲା ।