ଆରମ୍ଭ ହୋଇଛି ଋଷିକୂଲ୍ୟା ମୁହାଣରେ ଅଲିଭରିଡଲେ କଇଁଛମାନଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା

ଋଷିକୂଲ୍ୟା ମୁହାଣରେ ଅଲିଭରିଡଲେ କଇଁଛମାନଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରାୟ ୬ ଲକ୍ଷ କଇଁଛ ଆସି ପହଞ୍ଚିଛନ୍ତି। ସୁରକ୍ଷିତ ଅଣ୍ଡାଦାନ ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଅଛି। ମୁହାଣ ପାଖରେ ଥିବା ୫ଟି ଗାଁ ଲୋକଙ୍କୁ ସଚେତନ କରାଯାଇଅଛି। ସେମାନେ ପ୍ରଶାସନକୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ୫ କିଲୋମିଟର ବ୍ୟାପି ସମୁଦ୍ରକୂଳରେ ତାରବାଡ଼ ଦିଆଯାଇଛି।।ସମୁଦ୍ର କୂଳ ଯିବା ପାଇଁ ଲୋକଙ୍କୁ ବାରଣ କରାଯାଇଛି। ମାଛଧରା ଗତ ନଭେମ୍ବର ମାସରୁ ବାରଣ ରହିଛି। ଆଗାମୀ ୩ ମାସ ଅଲିଭ ରିଡ଼ଲେ କଇଁଛମାନଙ୍କ ସୁରକ୍ଷିତ ଅଣ୍ଡା ଦାନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି ବୋଲି ପିସିସିଏଫ ପ୍ରେମ କୁମାର ଝା ସୂଚନା ଦେଇଛନ୍ତି।

Related Articles

Back to top button