
୩ ବର୍ଷ ତଳେ ଆଜିର ଦିନରେ ଆରମ୍ଭ ହୋଇଥିଲା ଋଷିଆ-ୟୁକ୍ରେନ୍ ଯୁଦ୍ଧ
ଋଷ-ୟୁକ୍ରେନ ଯୁଦ୍ଧକୁ ପୂରିଲା ୩ ବର୍ଷ। ହୋଇପାରିଲାନି ହିସାବନିକାଶ । ୨୦୨୨ ଫେବୃଆରୀରେ ୟୁକ୍ରେନ ଉପରେ ଋଷ ଆକ୍ରମଣ କରିବା ପରେ ସାରା ବିଶ୍ବ ହୋଇଯାଇଥିଲା ସ୍ତମ୍ଭୀଭୂତ। ଏକଦା ସୋଭିଏତ ରାଷ୍ଟ୍ର ସଂଘରେ ଦୁଇ ପ୍ରମୁଖ ଶକ୍ତି ଥିବା ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ସାରା ବିଶ୍ବରେ ପକାଇଛି ପ୍ରଭାବ। ହେଲେ ଥମୁନି ଯୁଦ୍ଧ । ଉଭୟ ଉଭୟଙ୍କ ଉପରେ କରୁଛନ୍ତି ଆକ୍ରମଣ । ଆଜି ୨୪ ଫେବୃଆରୀ । ଅର୍ଥାତ୍ ୩ ବର୍ଷ ତଳେ ଆଜିର ଦିନରେ ଆରମ୍ଭ ହୋଇଥିଲା ଋଷିଆ-ୟୁକ୍ରେନ୍ ଯୁଦ୍ଧ ।ଏହାରି ଭିତରେ ୩ ବର୍ଷ ବିତିଗଲାଣି ହେଲେ ଯୁଦ୍ଧ ବନ୍ଦ ହେବାର ନାଁ ଧରୁନି । କଥା ହେଲା ଯୁଦ୍ଧ ବନ୍ଦ କରିବା ନେଇ ଆମେରିକା ଏକ ଉଚ୍ଚସ୍ତରୀୟ ମିଟିଂ କରିଥିଲା । ହେଲେ ସେହି ମିଟିଂରେ ୟୁକ୍ରେନ୍କୁ ନିମନ୍ତ୍ରଣ ଦିଆଯାଇନଥିଲା । ହେଲେ ଆମେରିକା ଏମିତି କେମିତି କଲା ତାହାକୁ ନେଇ ବି ପ୍ରଶ୍ନ ଉଙ୍କି ମାରୁଛି । ଅବଶ୍ୟ ନିଜ ଦେଶକୁ ରକ୍ଷା କରିବାକୁ ଯାଇ ୟୁକ୍ରେନ୍ ଅନ୍ୟ ଦେଶକୁ ସହଯୋଗ ନେଉଛି ହେଲେ ହାର ମାନୁନି ।
ଯୁଦ୍ଧ ଯେବେ ଆରମ୍ଭ ହେବା ସେବେ ରାଜଧାନୀ କୀବକୁ ଋଷିଆ ଆକ୍ରମଣରୁ ରକ୍ଷା କରିବାରେ ୟୁକ୍ରେନ୍ ସମର୍ଥ ଥିଲା । ପରେ ପରେ ଖାରକିବ୍ ଓ ଖେରସାନର କିଛି ଅଂଚଳକୁ ନିଜ କବଜ୍ଜାକୁ ନେବାରେ ସଫଳ ହୋଇଥିଲା ୟୁକ୍ରେନ୍ । ଅନ୍ତର୍ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଯୁଦ୍ଧରେ ୟୁକ୍ରେନ୍ ବର୍ତ୍ତମାନ ସୁଦ୍ଧା ୧୧ ପ୍ରତିଶତ ସ୍ଥାନ ହରାଇ ସାରିଲାଣି । ୨୦୧୪ରୁ ବର୍ତ୍ତମାନ ସୁଦ୍ଧା ୟୁକ୍ରେନ୍ ନିଜର ୧୮ ପ୍ରତିଶତ ଜାଗା ହରାଇବସିଛି ।