ଟ୍ରାଫିକ୍ ନିୟମ ଭାଙ୍ଗିଲେ ନାହିଁ ନିସ୍ତାର : କଟକ ଭୁବନେଶ୍ୱରରେ ଜଗିବ ଏଆଇ କ୍ୟାମେରା

ଏବେ ଟ୍ରାଫିକ୍ ନିୟମ ଭାଙ୍ଗିଲେ ନିସ୍ତାର ନାହିଁ । କାରଣ ଟୁଇନସିଟି କଟକ ଭୁବନେଶ୍ୱରରେ ଏବେ ଲାଗିବାକୁ ଯାଉଛି ଏଆଇ କ୍ୟାମେରା । ଏହାଦ୍ୱାରା ଅପରାଧୀ ଓ ନିୟମ ଖିଲାପକାରୀ ସହଜରେ ଚିହ୍ନଟ ହୋଇପାରିବେ । ଏହି ଅତ୍ୟାଧୁନିକ କ୍ୟାମେରା ଭୁବନେଶ୍ୱର ଓ କଟକରେ ଲଗାଯିବ । ଅପରାଧ ରୋକିବାକୁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି । ଏନେଇ ପୋଲିସ କମିଶନର ସୁରେଶ ଦେବବତ୍ତ ସିଂ ସୂଚନା ଦେଇଛନ୍ତି ଟ୍ରାଫିକ ଖିଲାଫକାରୀ ସହ ଅପରାଧୀଙ୍କୁ ଧରିବ ଏହି ଉଚ୍ଚମାନର ଏଆଇ କ୍ୟାମେରା । ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ଗୁରୁତ୍ୱ ଦେଇଛି ପୋଲିସ । ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂକୁ ବ୍ୟାପକ କରାଯିବ । ସେହିପରି ଟୁଇନସିଟିର ବିଭିନ୍ନ ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି ଏବଂ ସିକ୍ୟୁରିଟି ଗାର୍ଡ ମୁତୟନ କରିବାକୁ ଗୁରୁତ୍ୱ ଦିଆଯାଇଛି ।

Related Articles

Back to top button