୧୪ ସିଏଜି ରିପୋର୍ଟରୁ ମଙ୍ଗଳବାର ଉପସ୍ଥାପିତ ହୋଇଛି ପ୍ରଥମ ରିପୋର୍ଟ

ଦିଲ୍ଲୀ ବିଧାନସଭା ଅଧିବେଶନର ଆଜି ଦ୍ଵିତୀୟ ଦିନ। ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ଅଭିଭାଷଣ ସହ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଏହାପରେ ଦିଲ୍ଲୀ ସରକାର ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଅବକାରୀ ଦୁର୍ନୀତି ସହ ଜଡ଼ିତ ସିଏଜି ରିପୋର୍ଟ ଉପସ୍ଥାପନ କରିଛନ୍ତି। ୧୪ ସିଏଜି ରିପୋର୍ଟରୁ ମଙ୍ଗଳବାର ପ୍ରଥମ ରିପୋର୍ଟ ଉପସ୍ଥାପିତ ହୋଇଛି।ନୂଆ ଅବକାରୀ ନୀତି ଯୋଗୁ ଦିଲ୍ଲୀ ସରକାର ପ୍ରାୟ ୨୦୦୦ କୋଟି ଟଙ୍କା କ୍ଷତି ସହିଛନ୍ତି। ପୂର୍ବରୁ ଜଣେ ବ୍ୟକ୍ତିକୁ ଗୋଟିଏ ଲାଇସେନ୍ସ ମିଳୁଥିଲା। କିନ୍ତୁ ନୂତନ ନୀତିରେ ଜଣେ ବ୍ୟକ୍ତିକୁ ଦୁଇ ଡଜନରୁ ଅଧିକ ଲାଇସେନ୍ସ ମିଳି ପାରୁଥିଲା। ମଦ ବିକ୍ରି କମିଶନ ୫ ପ୍ରତିଶତରୁ ବଢାଇ ୧୨ ପ୍ରତିଶତ କରାଯାଇଥିବା ରିପୋର୍ଟରେ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ମଙ୍ଗଳବାର ବିଧାନସଭା ହଟ୍ଟଗୋଳ ସହ ଆରମ୍ଭ ହୋଇଥିଲା। ସିଏଜି ରିପୋର୍ଟ ଉପସ୍ଥାପନ ପୂର୍ବରୁ ଏହାକୁ ବିରୋଧ କରି ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ବିଧାୟକମାନେ ଗୃହରେ ପ୍ରବଳ ହଙ୍ଗାମା କରିଥିଲେ। ଫଳରେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ବିରୋଧୀ ଦଳ ନେତା ଆତିଶୀଙ୍କ ସମେତ ୧୨ ଜଣ ଆପ୍‌ ବିଧାୟକଙ୍କୁ ଆଜି ଗୋଟିଏ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରିଛନ୍ତି।

Related Articles

Back to top button