୩୧ ତାରିଖ ପରେ ସରକାର ଚାଷୀଙ୍କଠାରୁ ଆଉ କିଣିବେ ନାହିଁ ଧାନ

ମଣ୍ଡିରେ ଧାନ ବିକ୍ରି ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ସୂଚନା ଦେଇଛନ୍ତି । ମାର୍ଚ୍ଚ ୩୧ ତାରିଖ ପରେ ସରକାର ଚାଷୀଙ୍କଠାରୁ ଧାନ ଆଉ ନେବେନି । ଧାନକିଣା ପାଇଁ ମାର୍ଚ୍ଚ ୩୧ ଯାଏ ଡେଡ୍‌ଲାଇନ୍ ଧାର୍ଯ୍ୟ କରିଛନ୍ତି ସରକାର । ଏହା ପରେ ମଣ୍ଡିରୁ ଆଉ ଧାନ କିଣା ହେବ ନାହିଁ । ବର୍ତ୍ତମାନ ସୁଦ୍ଧା ୬୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନ ସଂଗ୍ରହ କରାଯାଇସାରିଛି । ସରକାର ଯେତିକି ଧାର୍ଯ୍ୟ କରିଥିଲେ ତାର ୯୦% ଧାନ ସଂଗ୍ରହ ହୋଇସାରିଲାଣି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

Related Articles

Back to top button