୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସଜ୍ଜନ କୁମାରଙ୍କୁ ଆଜୀବନ କାରଦଣ୍ଡ

୧୯୮୪ ଶିଖ୍ ବିରୋଧୀ ଦଙ୍ଗା ସଜ୍ଜନ କୁମାରଙ୍କୁ ଆଜୀବନ କାରଦଣ୍ଡ । ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦୀରା ଗାନ୍ଧୀଙ୍କ ହତ୍ୟା ଏହା ପରେ ପଞ୍ଜାବ ସମେତ ସାରା ଦେଶରେ ଆରମ୍ଭ ହୋଇଯାଇଥିଲା ଦଙ୍ଗା । ଇନ୍ଦିରାଙ୍କୁ ହତ୍ୟା ପଛରେ ଶିଖ ବ୍ୟକ୍ତିଙ୍କ ହାତ ଥିବା ସନ୍ଦେହରେ ଶିଖ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ କଂଗ୍ରେସ କର୍ମୀ । ସରକାରୀ ରିପୋର୍ଟ ମୁତାବକ ୨୮୦୦ରୁ ୩୫୦୦ ଲୋକଙ୍କ ଜୀବନ ଯାଇଥିଲା । ଏହି ଦଙ୍ଗା ମାମଲାରେ ଅନ୍ୟତମ ଅଭିଯୁକ୍ତ ପୂର୍ବତନ କଂଗ୍ରେସ ନେତା ସଜ୍ଜନ ଶର୍ମାଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି ଦିଲ୍ଲୀର ସ୍ବତନ୍ତ୍ର କୋର୍ଟ । ୧୯୮୪ ଦିଲ୍ଲୀର ସରସ୍ବତୀ ବିହାର ଅଞ୍ଚଳରେ ବାପା-ପୁଅଙ୍କୁ ହତ୍ୟା ମାମଲାରେ ସଜ୍ଜନ କୁମାର ଦୋଷୀ ସାବ୍ୟସ୍ଥ ହୋଇଥିଲେ । ମଙ୍ଗଳବାର କୋର୍ଟ ମାମଲାର ଶୁଣାଣି କରି ଅଭିଯୁକ୍ତଙ୍କୁ ଆଜୀବନ ସଜ୍ଜା ଶୁଣାଇଛନ୍ତି । ତେବେ କୋର୍ଟଙ୍କ ଏହି ରାୟକୁ ନାପସନ୍ଦ କରିବା ସହ ବିକ୍ଷୋଭ ପଦର୍ଶନ କରିଛନ୍ତି ମୃତକଙ୍କ ପରିବାର ଲୋକେ ଏବଂ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ଦାବି କରିଛନ୍ତି ।

ରାୟକୁ ନେଇ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି କିନ୍ତୁ ମୃତକଙ୍କ ପରିବାର ଲୋକେ ଏବଂ ଶିଖ ସମ୍ପ୍ରଦାୟ ଏହାକୁ ନାପସନ୍ଦ କରିଛି । ପିଡ଼ିତଙ୍କ ଓକିଲ ଅଭିଯୁକକୁ ଫାଶି ଦେବାକୁ ଦାବି କରିଥିଲେ ମଧ୍ୟ କୋର୍ଟ ଏହାକୁ ନାକଜ କରିଦେଇଛନ୍ତି। ଏବେ ଅଭିଯୁକ୍ତ ସଜ୍ଜନ କୁମାର ଦିଲ୍ଲୀର ତିହାର ଜେଲରେ କଏଦୀ ଅଛନ୍ତି । ତାଙ୍କ ବିରୋଧରେ ହତ୍ୟା, ଲୁଟ, ହଂସା ପାଇଁ ଉଷୁକାଇବା, ଶିଖ ସମ୍ପତ୍ତିକୁ ଟାର୍ଗେଟ ଭଳି ଅଭିଯୋଗ ରହିଛି । ଜସୱନ୍ତ ଏବଂ ତାଙ୍କ ପୁଅଙ୍କୁ ହତ୍ୟା ମାମଲାରେ ଗତ ସପ୍ତାହରେ ଦୋଷୀ ସାବ୍ୟସ୍ଥ ହୋଇଛନ୍ତି ସଜ୍ଜନ । ଆକ୍ରମଣକାରୀମାନେ ଜସୱନଙ୍କ ପତ୍ନି, ଝିଅ ଏବଂ ଭାଣିଜିଙ୍କୁ ଆକ୍ରମଣ କରିଥିଲେ । ଅଟକାଇବାରୁ ତାଙ୍କ ପୁଅ ଏବଂ ସ୍ବାମୀଙ୍କୁ ଆକ୍ରମଣ କରିଥିବାର ଲୋମଟାଙ୍କୁରା ଘଟଣା ବର୍ଣ୍ଣଣା କରିଛନ୍ତି ଜସୱନଙ୍କ ପତ୍ନି । ରାୟକୁ ଅମାନ୍ୟ କରିବା ସହ ମୃତ୍ୟୁଦଣ୍ଡ ଦେବାକୁ ଦାବି କରିଛନ୍ତି ଶିଖ ନେତା ।ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଉପର କୋର୍ଟକୁ ଯିବାକୁ କହିଛନ୍ତି ପରିବାର ଲୋକ । ତେବେ ଉଚ୍ଚ ନାୟଳୟ ଅଭିଯୁକ୍ତଙ୍କୁ ମୃତ୍ୟୁଦଣ୍ଡାଦେଶ ଦେଉଛନ୍ତି କି ନାହିଁ ତାହା ଉପରେ ନଜର ରହିବ ।

Related Articles

Back to top button