ଆଜି ୭ଟି ଗ୍ରହ ଗୋଟିଏ ଧାଡ଼ିରେ : ଖାଲି ଆଖିରେ ଦେଖାଯିବ ଏହି ବିରଳ ଦୃଶ୍ୟ

ଆଜି ୭ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି, ୟୁରେନ୍ସ ଏବଂ ନେପ୍‌ଚୁନ୍‌ ଗୋଟିଏ ଧାଡ଼ିରେ ଆସିବେ। ଗ୍ରହମାନଙ୍କ ଏଭଳି ସଂଯୋଗକୁ ‘ପ୍ଲାନେଟ ପରେଡ’ କୁହାଯାଉଛି। ଏହି ଦୃଶ୍ୟକୁ ଲୋକେ ଖାଲି ଆଖିରେ ମଧ୍ୟ ଦେଖିପାରିବେ। ତେବେ ୫ଟି ଗ୍ରହ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି, ଶନି ଖାଲି ଆଖିରେ ଦେଖାଯିବ। କିନ୍ତୁ ୟୁରେନ୍ସ ଏବଂ ନେପ୍‌ଚୁନ୍‌କୁ ଦେଖିବା ପାଇଁ ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଟେଲିସ୍କୋପ ବ୍ୟବହାର କରିବାକୁ ହେବ।ଗୋଧୂଳି ସମୟରେ କିମ୍ବା ସୂର୍ଯ୍ୟାସ୍ତରୁ ୪୫ ମିନିଟ ଭିତରେ ଏହି ଦୃଶ୍ୟ ସର୍ବାଧିକ ଦୃଶ୍ୟମାନ ହେବ। ଏହା ପରେ ୨୦୪୦ ପର୍ଯ୍ୟନ୍ତ ଆଉ ଏପରି ବିରଳ ଦୃଶ୍ୟ ଦେଖିବାକୁ ମିଳିବ ନାହିଁ। ଆମେରିକା ମହାକାଶ ଗବେଷଣା ପ୍ରତିଷ୍ଠାନ ନାସାର ସୂଚନା ଅନୁଯାୟୀ ପ୍ରତି ବର୍ଷ ଚାରୋଟି କିମ୍ବା ଅଧିକ ଗ୍ରହ ଏକାଥରକେ ଗୋଟିଏ ଧାଡ଼ିରେ ଦେଖାଯାଆନ୍ତି ନାହିଁ। ଶୁକ୍ରବାର ଅଧିକ ଉଜ୍ଜ୍ବଳ ଗ୍ରହଗୁଡିକ ଗୋଟିଏ ଧାଡ଼ିରେ ଦୃଶ୍ୟମାନ ହେବା ଏକ ଅସାଧାରଣ ଘଟଣା।

Related Articles

Back to top button