
୨୦୨୪-୨୫ ବର୍ଷ ପାଇଁ ୮.୨୫%ରେ EPFO ସୁଧହାର ରହିବ ଅପରିବର୍ତ୍ତିତ
୨୦୨୪-୨୫ ବର୍ଷ ପାଇଁ EPFO ସୁଧହାର ଅପରିବର୍ତ୍ତିତ । ୮.୨୫%ରେ EPFO ସୁଧହାର ଅପରିବର୍ତ୍ତିତ ରହିଲା ।ଇପିଏଫ ସୁଧହାରରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ୨୦୧୯-୨୦ ବର୍ଷରେ ମଧ୍ୟ ଏହି ଦର ଧାର୍ଯ୍ୟ କରାଯାଇଥିଲା । ଗତ ୭ ବର୍ଷରେ ୨୦୧୯-୨୦ ସୁଧହାର ସର୍ବନିମ୍ନ ରହିଥିଲା । ୨୦୧୮-୧୯ ଆର୍ଥକ ବର୍ଷରେ ଏହା ୮.୬୫ % ରହିଥିଲା । ୧୯୫୨ରେ ପ୍ରଥମେ ୩ ପ୍ରତିଶତ ସୁଧହାରରୁ ଇପିଏଫ ଆରମ୍ଭ ହୋଇଥିଲା । ତେବେ ଏହି ସୁଧହାର କମାଯିବ ବୋଲି ପୂର୍ବରୁ ଆଶଙ୍କା କରାଯାଉଥିଲା ।
୨୦୨୦-୨୧ ଆର୍ଥିକ ବର୍ଷରେ ସୁଧହାର ପୂର୍ବଭଳି ୮.୫ ପ୍ରତିଶତ ରହିଛି । ଏନେଇ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ବା ଇପିଏଫ୍ଓ ପକ୍ଷରୁ ଏକ ବୈଠକରେ ଘୋଷଣା କରାଯାଇଛି । ଶ୍ରୀନଗରରେ ଆୟୋଜିତ ବୈଠକରେ ଏନେଇ ଘୋଷଣା କରାଯାଇଛି ।୨୦୨୪ ମସିହା ଫେବୃଆରୀ ମାସରେ ଇପିଏଫ୍ଓ ୨୦୨୩-୨୪ ବର୍ଷ ପାଇଁ ଇପିଏଫ ଉପରେ ସୁଧ ହାରକୁ ୮.୨୫ ପ୍ରତିଶତକୁ ବୃଦ୍ଧି କରିଥିଲା। ୨୦୨୨-୨୩ରେ ଏହି ସୁଧ ହାର ୮.୧୫ ପ୍ରତିଶତ ଥିଲା। ସେହିଭଳି ମାର୍ଚ୍ଚ ୨୦୨୨ରେ ଇପିଏଫଓ ୨୦୨୧-୨୨ ବର୍ଷ ପାଇଁ ଏହାର ୭ କୋଟିରୁ ଅଧିକ ଖାତାଧାରୀଙ୍କ ପାଇଁ ଇପିଏଫ ଉପରେ ସୁଧ ହ୍ରାସ କରି ୮.୧ ପ୍ରତିଶତ କରି ଦେଇଥିଲା, ଯାହା ଚାରି ଦଶନ୍ଧି ମଧ୍ୟରେ ସର୍ବନିମ୍ନ ସ୍ତର ଥିଲା। ୨୦୨୦-୨୧ରେ ଏହି ସୁଧ ହାର ୮.୫ ପ୍ରତିଶତ ଥିଲା।