
ମାଟ୍ରିକ ପରୀକ୍ଷାରେ ତ୍ରୁଟି : ୫୦ ବଦଳରେ ୪୬ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ
ମାଟ୍ରିକ ପରୀକ୍ଷାରେ ପରିଲକ୍ଷିତ ହେଲା ତ୍ରୁଟି। ଆଜି ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ୫୦ ମାର୍କ ବଦଳରେ ୪୬ ମାର୍କର ପରୀକ୍ଷା ଦେଇଛନ୍ତି ଛାତ୍ରଛାତ୍ରୀ। ‘ସି’ ସେଟରେ ୨ଟି ବର୍ଣ୍ଣନାତ୍ମକ ପ୍ରଶ୍ନରୁ ଗୋଟିଏ ରହିଛି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅବିଭାବକଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି। ଏଣେ ପ୍ରଶ୍ନପତ୍ର ତ୍ରୁଟି ଏନେଇ ପ୍ରତିକ୍ରିୟା ରଖିଛନ୍ତି ବୋର୍ଡ ସଭାପତି। ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ପ୍ରଶ୍ନପତ୍ର ତ୍ରୁଟି ରହିଥିବା ସ୍ବୀକାର କରିଛନ୍ତି ସେ। ‘ସି’ ସେଟ୍ ପ୍ରଶ୍ନ ପତ୍ରରେ ୪ ମାର୍କ ମିସିଂ ରହିଛି । ତେବେ ମୂଲ୍ୟାୟନ ବେଳେ ଏହାକୁ ବୋର୍ଡ କମିଟି ନଜର ଦେବ ବୋଲି ବୋର୍ଡ ସଭାପତି କହିଛନ୍ତି ।