
୮୦ ହଜାର ମଧ୍ୟରୁ ୧୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ଫେରାଇଛନ୍ତି ରାସନ କାର୍ଡ
ଚିହ୍ନଟ ହୋଇଥିବା ୮୦ ହଜାର ଅଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ୧୨ ହଜାରରୁ ଅଧିକ ଅଯୋଗ୍ୟ ହିତାଧିକାରୀ ରାସନ କାର୍ଡ ଫେରାଇଛନ୍ତି। ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ସେଥିରୁ ସାଢେ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି। ପ୍ରତିଦିନ ୩ରୁ ୪ ହଜାର ଲୋକ କାର୍ଡ ଫରାଉଛନ୍ତି। ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟା ଯାଇଛି। ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ଯେଉଁମାନଙ୍କର ଗ୍ରାମୀଣ ଅଞ୍ଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ କାର୍ଡ ଫେରାଇ ଦିଅନ୍ତୁ। ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ। ଏବେ ଅପିଲ କରୁଛୁ କାର୍ଡ ଫେରାଇବାକୁ ପରେ ଆଉ ଥରେ ବି ଯାଞ୍ଚ ହେବ ବୋଲି କହିଛନ୍ତି ମନ୍ତ୍ରୀ। ଗତକାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ନୂଆ ଆବେଦନ ହୋଇଛି। ପୂର୍ବରୁ ୬ ଲକ୍ଷ ଆବେଦନକାରୀ ଅପେକ୍ଷାରେ ଅଛନ୍ତି। ସେମାନଙ୍କୁ ଖୁବ ଶୀଘ୍ର କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ ହେବ। ଆୟକର ରିଟର୍ଣ୍ଣ ଦାଖଲ କରିଥିବା ହିତାଧିକାରୀଙ୍କର ମଧ୍ୟ ଫିଜିକାଲ ଭେରିଫିକେସନ କରି କାର୍ଡ଼ କଟାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର।