ଯେଉଁ ପର୍ଯ୍ୟନ୍ତ ୟୁକ୍ରେନ ରୁଷ ସହ ଶାନ୍ତି ଆଲୋଚନା ପାଇଁ ରାଜି ହେବନି ସେ ପର୍ଯ୍ୟନ୍ତ କୌଣସି ସହାୟତା କରିବନି ଆମେରିକା ।

ହ୍ବାଇଟ ହାଉସରେ ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ ଘଟିଥିବା ତୁ ତୁ ମେଁ ମେଁ ସାରା ବିଶ୍ବରେ ଚର୍ଚ୍ଚିତ ଖବର ପାଲଟିଥିଲା ।ଆଉ ଏହି ଆଶଙ୍କା ମଧ୍ୟ କରାଯାଉଥିଲା କି ହୁଏତ କିଛି ବଡ ପଦକ୍ଷେପ ଗ୍ରହଣ କରିପାରନ୍ତି ଆମେରିକା ରାଷ୍ଟ୍ରପତି । ୪୮ ଘଣ୍ଟା ନପୁରୁଣୁ ଟ୍ରମ୍ପ ପ୍ରଶାସନର ଘୋଷଣା ୟୁକ୍ରେନକୁ ଚିନ୍ତାରେ ପକାଇଛି ।ୟୁକ୍ରେନ ପ୍ରତି ଆମେରିକାର ସରକାରଙ୍କ ଆଭିମୁଖ୍ୟକୁ ନେଇ ସବୁଠି ଚର୍ଚ୍ଚା । ତତକାଳୀନ ବାଇଡେନ ସରକାର ରୁଷକୁ ବିରୋଧ ଓ ୟୁକ୍ରେନକୁ ପୂର୍ଣ୍ଣ ସମର୍ଥନ ଜଣାଇ ଆସୁଥିବାବେଳେ ଏବେ କ୍ରମଶ ଚିତ୍ର ବଦଳୁଛି । ଯୁଦ୍ଧ ପାଇଁ ବାଇଡେନ ସରକାର ଯେଉଁ ସାମରିକ ସହାୟତା କରିଆସୁଥିଲେ ତାକୁ ରୋକିଛନ୍ତି କରିଛନ୍ତି ଟ୍ରମ୍ପ ସରକାର ।

ସୋମବାର ଏନେଇ ପେଣ୍ଟାଗନ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକା କହିଛି ଦୁନିଆ ଆଉ ଯୁଦ୍ଧ ଚାହୁଁନି । ଏହା ବନ୍ଦ ହେବା ଜରୁରୀ । ଯେଉଁ ପର୍ଯ୍ୟନ୍ତ ୟୁକ୍ରେନ ରୁଷ ସହ ଶାନ୍ତି ଆଲୋଚନା ପାଇଁ ରାଜି ହେବନି ସେ ପର୍ଯ୍ୟନ୍ତ କୌଣସି ସହାୟତା କରିବନି ଆମେରିକା ।ଗୋଟେ ପଟେ ୟୁକ୍ରେନକୁ ଝଟକା ଅନ୍ୟପଟେ ରୁଷ ପାଇଁ ଆଶ୍ବସ୍ତି ଆଣିଛନ୍ତି । ତତକାଳୀନ ବାଇଡେନ ସରକାର ରୁଷ ଉପରେ ଯେଉଁ ସବୁ ପ୍ରତିବନ୍ଧକ ଲଗାଥିଲେ ତାକୁ ହଟାଇବାକୁ ନିଷ୍ପତି ନେଇଛି ଆମେରିକା ।ୟୁକ୍ରେନ ବିରୋଧରେ ଯୁଦ୍ଧକୁ ବିରୋଧ କରି ପୂର୍ବ ଆମେରିକା ସରକାର ରୁଷର ଅନେକ କମ୍ପାନୀ ଉପରେ କଟକଣା ଲଗାଇବା ସହ କିଛି ବଡ ନିଷ୍ପତି ନେଇଥିଲେ ଯାହାକୁ କୋହଳ କରିବାକୁ ଯାଉଛନ୍ତି ଟ୍ରମ୍ପ ।

ନିକଟରେ ଓଭାଲ ଅଫିସରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିବାକୁ ଯାଇଥିଲେ ୟୁକ୍ରେନ ରାଷ୍ଟ୍ରପତି ।ଆଶା କରାଯାଉଥିଲା ଉଭୟ ରାଷ୍ଟ୍ରନେତାଙ୍କ ମଧ୍ୟରେ ସଫଳ ବୈଠକ ହେବ ଓ ଯୁଦ୍ଧ ବନ୍ଦ ପାଇଁ ନୂଆ ବାଟ ଫିଟିବ ।କିନ୍ତୁ ଘଟିଲା କିଛି ଅଲଗା । ଟ୍ରମ୍ପ ଓ ଜେଲେନସ୍କିଙ୍କ ମଧ୍ୟରେ କଥାକଟାକଟି ଉଭୟ ଦେଶର କୁଟନୀତି ସମ୍ପର୍କକୁ ନୂଆ ମୋଡ ଦେଇଛି ।ଯାହାର ପରିଣାମ ସୂରୁପ ଏବେ ରୁଷର ନିକଟତର ହେବା ସହ ୟୁକ୍ରେନଠୁ ଦୂରେଇବାରେ ଲାଗିଛି ଆମେରିକା ।

Related Articles

Back to top button