ରୁଷ ସହିତ ବୁଝାମଣା ପାଇଁ ପ୍ରସ୍ତୁତ ହୋଇଛି ୟୁକ୍ରେନ।

ରୁଷ ସହିତ ବୁଝାମଣା ପାଇଁ ପ୍ରସ୍ତୁତ ହୋଇଛି ୟୁକ୍ରେନ। ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ରୁଷ ସହିତ ଚାଲିଥିବା ଯୁଦ୍ଧର ସମାପ୍ତି ଲାଗି ଆଲୋଚନା ପାଇଁ ରାଜି ହୋଇଥିବା ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଜେଲେନସ୍କିଙ୍କ ଏହି ପଦକ୍ଷେପକୁ ରୁଷ ସକାରାତ୍ମକ ବୋଲି କହିଛି।ଆମେରିକା ସଂସଦକୁ ସଂମ୍ବୋଧିତ କରିବା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ତାଙ୍କ ନିକଟକୁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଏକ ପତ୍ର ପଠାଇଛନ୍ତି। ପତ୍ରରେ କୁହାଯାଇଛି ଯେ, ଶାନ୍ତି ପ୍ରତିଷ୍ଠା ଲାଗି ୟୁକ୍ରେନ ଖୁବଶୀଘ୍ର ବୁଝାମଣା ସ୍ତରକୁ ଆସିବା ଲାଗି ପ୍ରସ୍ତୁତ ଅଛି। ୟୁକ୍ରେନ ଲୋକଙ୍କ ପାଇଁ ଶାନ୍ତିର ଆବଶ୍ୟକତା ଯେତିକି ରହିଛି ତାହା ଅନ୍ୟ କୌଣସି ଲୋକଙ୍କର ନାହିଁ।

ଜେଲେନସ୍କିଙ୍କ ଏହି ମନ୍ତବ୍ୟ ପରେ କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସକୋଭ ଗଣମାଧ୍ୟମକୁ କହିଛନ୍ତି ଯେ, ୟୁକ୍ରେନର ଏହି ଦୃଷ୍ଟିକୋଣ ସାଧାରଣତଃ ସକାରାତ୍ମକ। ଜେଲେନସ୍କି ରୁଷ ସହିତ ଆଲୋଚନା କରିବା ନେଇ କ୍ରେମଲିନର ସନ୍ଦେହ ରହିଥିଲା।ଅନ୍ୟପଟେ ୟୁକ୍ରେନରେ ନିର୍ବାଚନ କରିବା ଲାଗି ଟ୍ରମ୍ପ ଜୋର ଦେଇଛନ୍ତି। ଜେଲେନସ୍କି ନିଜ ଦେଶରେ ଲୋକପ୍ରିୟତା ହରାଇସାରିଛନ୍ତି। ତେଣୁ ସେଠାରେ ନିର୍ବାଚନ କରିବା ଜରୁରୀ ବୋଲି ଟ୍ରମ୍ପ କହିଛନ୍ତି। ସୂଚନାଯୋଗ୍ୟ, ଆମେରିକା ହ୍ବାଇଟହାଉସର ଓଭାଲ କାର୍ଯ୍ୟାଳୟରେ ଟ୍ରମ୍ପ ଏବଂ ଜେଲେନସ୍କିଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଚଳିତ ସପ୍ତାହରେ ଆମେରିକା ପକ୍ଷରୁ ୟୁକ୍ରେନକୁ ସମସ୍ତ ପ୍ରକାର ସାମରିକ ସହାୟତା ବନ୍ଦ କରାଯିବା ନେଇ ଟ୍ରମ୍ପ ଘୋଷଣା କରିଥିଲେ। ଏହା ପରେ ଜେଲେନସ୍କି ରୁଷ ସହିତ ଆଲୋଚନା କରିବାକୁ ରାଜି ହୋଇଥବା କୁହାଯାଉଛି।

Related Articles

Back to top button