ଶୀମନ୍ଦିରରେ ଆରମ୍ଭ ହୋଇଗଲାଣି ଦୋଳ ପୂର୍ଣ୍ଣିମା ପ୍ରସ୍ତୁତି

ଭକ୍ତଙ୍କ ସହ ଫଗୁ ଅବିର ଖେଳିବେ ମହାପ୍ରଭୁ । ଏନେଇ ଶୀମନ୍ଦିରରେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଏହି ଦିନ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ମଣି ବିମାନରେ ଦୋଳବେଦୀକୁ ବିଜେ କରିବା ସହ ଭକ୍ତଙ୍କ ସହିତ ଫଗୁ ଓ ଅଭିର ଖେଳିଥାନ୍ତି । ଦୋଳବେଦୀରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମହାପୁଣ୍ୟ ମିଳେ ବୋଲି ବର୍ଣ୍ଣିତ ରହିଛି । ଏନେଇ ଶ୍ରୀମନ୍ଦିର ପ୍ରଶାସନ ଭକ୍ତମାନଙ୍କ ସଂଦର୍ଶନ ନିମନ୍ତେ ଦୋଳବେଦୀକୁ କରାଯାଉଛି ସୁ ସଜ୍ଜିତ । ଦୋଳବେଦୀ ଚତୁର୍ପାଶ୍ୱକୁ ସଫା କରାଯାଉଥିବାବେଳେ ଦୋଳବେଦି ଉପରେ ଚାନ୍ଦୁଆ ଲଗାଇବା ପାଇଁ ଲୁହା ସେଡ ଲଗାଯାଇଛି । ୧୯ ଗୋଟି ଚାନ୍ଦୁଆ ଦୋଳବେଦୀରେ ମହାପ୍ରଭୁଙ୍କ ନିମନ୍ତେ ଲଗାଯିବାକୁ ଥିବାବେଳେ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଚାନ୍ଦୁଆ କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରାଯାଇଛି ।

ଶ୍ରୀମନ୍ଦିରରେ ସୁନା ବେଶ ଦର୍ଶନ ନେଇ ଦୋଳ ପୂର୍ଣ୍ଣିମାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ଆଶଙ୍କା ରହିଛି । ସେହିପରି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳ ବେଦିକୁ ଆସିବା ପରେ ବାହାର ଓ ଭିତର ପ୍ରଦକ୍ଷଣ କରିବା ସହ ଦୋଳବେଦୀରେ ବିଜେ କରିଥାନ୍ତି । ଏହି ସମୟରେ ଭକ୍ତମାନେ ଯେଉଁଭଳି ସୁରୁଖୁରୁରେ ଏବଂ ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଦର୍ଶନ ପାଇପାରିବେ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି l ଖରାକୁ ଆଖି ଆଗରେ ରଖି ପ୍ରଶାସନ ପକ୍ଷରୁ ଦୋଳବେଦି ଠାରେ ପାନୀୟ ଜଳ ବ୍ୟବସ୍ଥା ସହ ସେଡର ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ କହିଛନ୍ତି । ଦୋଳପୁର୍ଣିମା ପୂର୍ବରୁ ଆଗାମୀ ୧୩ ତାରିଖରେ ସ୍ୱତ୍ରନ୍ତ୍ର ମେଣ୍ଢା ପୋଡ଼ି ନୀତି ପରମ୍ପରା ଅନୁସାରେ ଅନୁଷ୍ଠିତ ହେବା ନେଇ ଶ୍ରୀମନ୍ଦିରରେ ସ୍ୱତ୍ରନ୍ତ୍ର ନୀତି ନିର୍ଘଣ୍ଟ କରାଯାଇଛି ।

Related Articles

Back to top button