ଉତ୍ତର ପ୍ରଦେଶ ଆଗ୍ରାରୁ ଦୁଇ ଆଇଏସଆଇ ଏଜେଣ୍ଟ ଗିରଫ

ଉତ୍ତର ପ୍ରଦେଶ ଆଗ୍ରାରୁ ଦୁଇ ଆଇଏସଆଇ ଏଜେଣ୍ଟ ଗିରଫ । ପାକିସ୍ତାନର ଗୁଇନ୍ଦା ଏଜେନ୍ସିକୁ ପଠାଉଥିଲେ ଗନନଯାନ ପ୍ରକଳ୍ପର ତଥ୍ୟ । ୟୁପି ଏଟିଏସ୍ ଆଗ୍ରାରୁ ଫିରୋଜାବାଦ ଗୋଳାବରୁଦ ଫ୍ୟାକ୍ଟ୍ରିର ଚାର୍ଜ ମ୍ୟାନ୍ ରବୀନ୍ଦ୍ର କୁମାର ଏବଂ ତାଙ୍କ ସାଥିଙ୍କୁ ବାନ୍ଧିଛି । ରବୀନ୍ଦ୍ର ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିଲେ ଏବଂ ପାକିସ୍ତାନରେ ବସିଥିବା ଏଜେଣ୍ଟକୁ ଫ୍ୟାକ୍ଟ୍ରି ସହିତ ଜଡିତ ଗୋପନୀୟ ତଥ୍ୟ ପଠାଉଥିଲେ ।ଆଇଏସଆଇ ମହିଳା ଏଜେଣ୍ଟ ଫେସବୁକରେ ‘ନେହା ଶର୍ମା’ ନାଁରେ ଏକ ଫେକ୍ ଆକାଉଣ୍ଟ ଖୋଲି ଫ୍ୟାକ୍ଟ୍ରିର ଚାର୍ଜ ମ୍ୟାନ୍ ରବୀନ୍ଦ୍ର କୁମାରଙ୍କୁ ହନିଟ୍ରାପ୍ ଜାଲରେ ଫସାଇଥିଲା । ୟୁପି ଏଟିଏସ ପଚରାଉଚରା ବେଳେ ମହିଳା ଜଣଙ୍କ ନିଜକୁ ପାକିସ୍ତାନର ଗୁଇନ୍ଦା ଏଜେଣ୍ଟ ବୋଲି ମାନିଛି । ସେପଟେ ରବୀନ୍ଦ୍ର ଟଙ୍କା ଲୋଭରେ ଦେଶଦ୍ରୋହୀ କାର୍ଯ୍ୟ କରିଛି । ଅର୍ଡିନାନ୍ସ ଫ୍ୟାକ୍ଟ୍ରିର ପ୍ରତିଦିନର ପ୍ରଡକ୍ସନ ରିପୋର୍ଟ, ସ୍କ୍ରିନିଂ କମିଟିର ଗୋପନୀୟ ଚିଠି, ଡ୍ରୋନ୍ ଏବଂ ଗଗନଯାନ ପ୍ରୋଜେକ୍ଟ ସହିତ ଜଡ଼ିତ ସମସ୍ତ ତଥ୍ୟ ପାକିସ୍ତାନକୁ ପଠାଉଥିଲା ।

ଚାର୍ଜ ମ୍ୟାନ୍ ରବୀନ୍ଦ୍ର କୁମାରଙ୍କ ମୋବାଇଲରୁ ଗୋଳାବାରୁଦ ଫ୍ୟାକ୍ଟ୍ରିର ବରିଷ୍ଠ ଅଧିକାରୀ, ୫୧ ଗୋରଖା ରାଇଫଲ୍ସ ଅଧିକାରୀ ଏବଂ ଲଜିଷ୍ଟିକ୍ସ ଡ୍ରୋନର ଟ୍ରାଏଲ୍ ସହିତ ଜଡ଼ିତ କାଗଜପତ୍ର ଜବତ ହୋଇଛି । ଅଭିଯୁକ୍ତ ହ୍ବାଟ୍ସଆପ୍ ଜରିଆରେ ଗୋପନୀୟ ତଥ୍ୟ ସେୟାର କରୁଥିଲା । ୟୁପି ଏଟିଏସ ପୂରା ମାମଲାରୁ ଗୁରୁତର ସହ ନେଇ ଯାଞ୍ଚ ଚଳାଇଛି ଏବଂ ଏଥିରେ ସମ୍ପୃକ୍ତ ଅନ୍ୟ ଏଜେଣ୍ଟଙ୍କ ବାବଦରେ ଖୋଳତାଡ଼ କରୁଛି ।ଯାଞ୍ଚରୁ ସାମ୍ନାକୁ ଆସିଛି ଯେ, ଗତ କିଛି ବର୍ଷ ହେଲା ରବୀନ୍ଦ୍ର କୁମାରଙ୍କ ସହିତ ପାକିସ୍ତାନୀ ଏଜେଣ୍ଟ ତଥା ଫେକ୍ ଆଇଡି ନେହା ଶର୍ମାଙ୍କ ବନ୍ଧୁତ୍ବ ସ୍ଥାପନ ହୋଇଥିଲା । ଟଙ୍କାରେ ଲୋଭରେ ରବୀନ୍ଦ୍ର ମହିଳାଙ୍କ ମାୟାଜାଲରେ ଫସିଯାଇଥିଲା ଏବଂ ହ୍ବାଟ୍ସଆପ୍ ମାଧ୍ୟମରେ ଗୁଇନ୍ଦା ତଥ୍ୟ ପଠାଉଥିଲେ ।

Related Articles

Back to top button