ବରିଷ୍ଠ ଅଭିନେତା ତଥା ଫିଲ୍ମ ନିର୍ମାତା ଆୟନ ମୁଖର୍ଜୀଙ୍କ ପିତା ଦେବ ମୁଖର୍ଜୀଙ୍କ ପରଲୋକ

ଫିଲ୍ମ ନିର୍ମାତା ଆୟନ ମୁଖର୍ଜୀଙ୍କ ପିତା ତଥା ବରିଷ୍ଠ ଅଭିନେତା ଦେବ ମୁଖର୍ଜୀଙ୍କ ପରଲୋକ ଘଟିଛି । ହୋଲି ଦିନରେ ୮୩ ବର୍ଷ ବୟସରେ ଦେବ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି । ଗୋଟିଏ ପଟେ ସାରା ଦେଶରେ ହୋଲି ପାଇଁ ଉତ୍ସବ ପାଳନ ହେଉଥିବା ବେଳେ ଅନ୍ୟପଟେ ବଲିଉଡରୁ ଆସିଛି ଏକ ଦୁଃଖ ଖବର । ଦେବଙ୍କ ବିୟୋଗ ଖବର ଶୁଣିବା ପରେ ସାରା ବଲିଉଡରେ ଶୋକର ଲହରୀ ଖେଳି ଯାଇଛି ।

ରିପୋର୍ଟ ମୁତାବକ, ଦେବ ଦୀର୍ଘ ସମୟ ଧରି ବୀମାରଗ୍ରସ୍ତ ଥିଲେ । ସେଥିପାଇଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ମାତ୍ର ଆଜି ସକାଳୁ ହୋଲିରେ ସେ ଅନ୍ତିମ ନିଃଶ୍ବାସ ତ୍ୟାଗ କରିଥିଲେ । ଦେବଙ୍କ ବିୟୋଗ ତାଙ୍କର ପରିବାରକୁ ଶୋକର ସାଗରରେ ଭସାଇ ଦେଇଥିବା ବେଳେ ଅନ୍ୟପଟେ ବଲିଉଡ ସ୍ତବ୍ଧ ହୋଇପଡ଼ିଛି । ମୁମ୍ବାଇର ଜୁହୁ ସ୍ଥିତ ପବନ ହଂସ ଶ୍ମଶାନ ଘାଟରେ ଆଜି ଦେବଙ୍କର ଅନ୍ତିମ ସଂସ୍କାର କରାଯିବ । ଏହି ଅବସରରେ ବଲିଉଡର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ସାମିଲ ହେବେ । ବଲିଉଡ ସହ ମୁଖର୍ଜୀ ପରିବାରର ଏକ ଗଭୀର ସମ୍ପର୍କ ରହିଥିଲା । ଅଭିନେତା ଜୟ ମୁଖର୍ଜୀ ଓ ଫିଲ୍ମ ନିର୍ମାତା ଶୋମୁ ମୁଖର୍ଜୀଙ୍କ ସାନ ଭାଇ ଥିଲେ ଦେବ । ଦେବ ସମ୍ପର୍କରେ ବଲିଉଡ ଅଭିନେତ୍ରୀ କାଜୋଲ ଓ ତନିଷା ମୁଖର୍ଜୀଙ୍କ ଚାଚା ଥିଲେ ।

Related Articles

Back to top button