
ମୁଖ୍ୟମନ୍ତ୍ରୀ ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ନେଇଛନ୍ତି ନିଷ୍ପତ୍ତି
ବିଧାନସଭାରେ ବିଜେପି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ରବି ନାଏକ । ସିଦ୍ଧାନ୍ତ ମହାପାତ୍ର ପ୍ରଶ୍ନ କରି କହିଥିଲେ କି, ପ୍ରତ୍ୟେକ ଜନବସତିରେ ଜଳ ଯୋଗାଣ କରିବାକୁ ସରକାର ସୁରକ୍ଷିତ ଓ ସୁନିଶ୍ଚିତ କରିବାକୁ କଣ ପଦକ୍ଷେପ ନେଉଛନ୍ତି? ବିଧାନସଭାରେ ଏହାର ଉତ୍ତର ରଖିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।ବୌଦ୍ଧ, ସୁବର୍ଣ୍ଣପୁର ଓ ବଲାଙ୍ଗୀର ଦେଇ ଯାଉଥିବା ମହାନଦୀ ଅବବାହିକାରେ ପାଣି କମୁଛି ବୋଲି ଗୃହରେ ସ୍ୱୀକାର କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ । ଉଦୟପୁରରେ ହୋଇଥିବା ଜଳ ସମ୍ପଦ ମନ୍ତ୍ରୀ ବୈଠକରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଛତିଶଗଡର ଜଳ ସମ୍ପଦ ମନ୍ତ୍ରୀ ଓ କମିଶନର ଉପସ୍ଥିତ ରହି ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ ମହାନଦୀ ଅବବାହିକାରେ ୭ଟି ବ୍ୟାରେଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ସେହିପରି ପୁରୀ ଜିଲ୍ଲା ଦେଇ ଯାଉଥିବା ଦୟାନଦୀରେ ବି ପାଣି କମୁଥିବା ନେଇ ପଞ୍ଚାୟତିରାଜ ମନ୍ତ୍ରୀ ସ୍ୱୀକାର କରିଛନ୍ତି ।