
ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ ୬ କିମ୍ବା ତଦୁର୍ଦ୍ଧ ଜରୁରୀ
ପ୍ରଥମ ଶ୍ରେଣୀ ନାମଲେଖା ନେଇ ବୟସ ଦ୍ବନ୍ଦ୍ବ ଦୂର କଲା ଗଣଶିକ୍ଷା ବିଭାଗ। ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ପିଲାର ବୟସ ୬ କିମ୍ବା ତଦୁର୍ଦ୍ଧ ଜରୁରୀ। ୨୦୨୫-୨୬ ଶିକ୍ଷା ବର୍ଷରୁ ନିୟମ କାର୍ଯ୍ୟକାରୀ ନେଇ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ଶିକ୍ଷାନୀତି-୨୦୨୦ ଆଧାରରେ ନିୟମ ଲାଗୁ ନିଷ୍ପତ୍ତି ହୋଇଛି। ୬ ବର୍ଷ ବୟସ ଗଣନା ନେଇ ମଧ୍ୟ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ କରାଯାଇଛି। ମାର୍ଚ୍ଚ ୩୧ ପରିବର୍ତ୍ତେ ସେପ୍ଟେମ୍ବର ୧ ତାରିଖକୁ ବୟସ ସୀମା ଧରାଯିବ। ସେପ୍ଟେମ୍ବର ୧ ସୁଦ୍ଧା ବୟସ ୬ କିମ୍ବା ତଦୁର୍ଦ୍ଧ ହେଲେ ପ୍ରଥମ ଶ୍ରେଣୀ ନାମ ଲେଖାଇ ପାରିବେ ପିଲା।