ବିଧାନସଭାରୁ ନିଲମ୍ବିତ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏବଂ ରମେଶ ଜେନା ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି। ବୁଧବାର ଉଭୟ ବିଧାୟକଙ୍କୁ ୭ ଦିନ ପାଇଁ ଗୃହରୁ ନିଲମ୍ବନ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଶୃଙ୍ଖଳିତ ଆଚରଣ ପାଇଁ ଉଭୟ ନିଲମ୍ବିତ ହୋଇଛନ୍ତି। ବାଚସ୍ପତିଙ୍କ ତାଗିଦ୍ ସତ୍ବେ ବିଧାୟକ ତାରା ବାହିନୀପତି ଏବଂ ରମେଶ ଜେନା ପ୍ରଶ୍ନକାଳ ସମୟରେ ଗୃହରେ ଘଣ୍ଟ ପିଟି ପ୍ରତିବାଦ କରିଥିଲେ।ଗତକାଲି ୧୨ ଜଣ ବିଧାୟକ ନିଲମ୍ବିତ ହୋଇଥିବାବେଳେ ଆଜି ୨ ବିଧାୟକଙ୍କୁ ମିଶାଇ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ଗୃହରୁ ନିଲମ୍ବନ କରାଯାଇଛି।

Related Articles

Back to top button