୨୯ ତାରିଖରୁ ରାଜ୍ୟରେ ତାତି ବଢିବା ନେଇ ସୂଚନା ଦେଲା ଆଂଚଳିକ ପାଣିପାଗ ବିଭାଗ

କିଛିଦିନ ହେବ ରାଜ୍ୟରେ କାଳବୈଶାଖୀ ଲାଗି ରହିଥିବା ବେଳେ ଆସନ୍ତା ୨୯ ତାରିଖରୁ ରାଜ୍ୟରେ ତାତି ବଢିବା ନେଇ ଆଶଙ୍କା କରାଯାଉଛି । ଏନେଇ ସତର୍କତା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ ।

ଆସନ୍ତା ୪ ଦିନ ମଧ୍ୟରେ ତାପମାତ୍ରା ୨ ରୁ ୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ହେବାକୁ ଥିବା ବେଳେ ୨୯ ଓ ୩୦ ତାରିଖ ଦୁଇ ଦିନ ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସବୁ ଜିଲ୍ଲା ଗୁଡିକ ମଧ୍ୟରେ ସମ୍ବଲପୁର , ସୁବର୍ଣ୍ଣପୁର , ବଲାଙ୍ଗୀର , କଳାହାଣ୍ଡି ଜିଲ୍ଲା ଥିବା ବେଳେ କିଛି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିପାରେ ବୋଲି ଅନୁମାନ କରାଯାଉଛି ।ତେବେ ଗତକାଲି ରାଜ୍ୟର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଥିବା ବେଳେ ଅନୁଗୋଳରେ ରାତି ତାପମାତ୍ରା ସର୍ବନିମ୍ନ ୧୮ ଡିଗ୍ରୀ ଓ ବୈାଦ୍ଧରେ ଦିନ ତାପମାତ୍ରା ସର୍ବାଧିକ ୩୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

Related Articles

Back to top button