
ଆହ୍ଲାବାଦ କୋର୍ଟ ନେଇ ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ଲଗାଇଲେ ପ୍ରତିବନ୍ଧକ
ଆହ୍ଲାବାଦ ହାଇକୋର୍ଟଙ୍କ ଏକ ନିଷ୍ପତ୍ତି ବିବାଦ ଘେରରେ ଥିଲା। କୋର୍ଟ କହିଥିଲେ ଯେ, ଜଣେ ନାବାଳିକାଙ୍କ ବକ୍ଷ ଧରିବା, ତାର ଡ୍ରେସ ଚିରିବା ଦୁଷ୍କର୍ମ କରିବା ପାଇଁ ପ୍ରୟାସ କରିବା ନୁହେଁ।ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି। ସୁପ୍ରିମକୋର୍ଟ ଏହାକୁ ଶକିଂ ଏବଂ ଅସମ୍ବେଦନଶୀଳ କହିଛନ୍ତି ଏବଂ ଏହାକୁ ସଠିକ୍ ଭାବିବା ଆଇନ ବିରୋଧୀ ଅଟେ।ଶୁଣାଣି ସମୟରେ ଜଷ୍ଟିସ ବିଆର ଗୱଇ ଏବଂ ଏଜି ସସୀହଙ୍କ ବେଞ୍ଚ କହିଛି ଯେ, ଏହି ନିର୍ଦ୍ଦେଶକୁ ଶୁଣାଣି କରିଥିବା ହାଇକୋର୍ଟ ଜଜ ଏହି ମାମଲା ସମ୍ଭାଳିବାରେ, ସଂପୂର୍ଣ୍ଣ ବାବେ ଅସମ୍ବେଦନଶୀଳତା ଦର୍ଶାଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହି ମମଲା ଖୁବ ଗଭୀର।
ପିଡିତାଙ୍କ ବକ୍ଷ ଧରିବା ଏବଂ ତାଙ୍କ ବସ୍ତ୍ର ଚିରିବା ବଳାତ୍କାର କିମ୍ବା ବଳାତ୍କାର ପ୍ରୟାସ ନୁହେଁ, ବୋଲି ଆଲାହାବାଦ ହାଇକୋର୍ଟ ଏକ ଆଦେଶରେ କହିଥିଲେ।ପବନ ଏବଂ ଆକାଶଙ୍କ ବିରୁଦ୍ଧରେ ଉତ୍ତର ପ୍ରଦେଶର କାସଗଞ୍ଜରେ ଜଣେ ୧୧ ବର୍ଷୀୟ ପୀଡିତାଙ୍କ ବକ୍ଷ ଧରିବା, ତାଙ୍କ ବସ୍ତ୍ର ଚିରିବାର ଅଭିଯୋଗ ହୋଇଥିଲା। ପଥଚାରୀଙ୍କ ହସ୍ତକ୍ଷେପ ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ୨୦୨୧ ମସିହାର ଘଟଣାଟି ଘଟିଥିଲା ଯେତେବେଳେ ଅଭିଯୁକ୍ତମାନେ ଶିଶୁଟିକୁ ଲିଫ୍ଟ ଦେଇଥିଲେ।
କାସଗଞ୍ଜ ଟ୍ରାଏଲ୍ କୋର୍ଟଙ୍କ ନିର୍ଦ୍ଦେଶରେ ପବନ ଏବଂ ଆକାଶଙ୍କୁ ପ୍ରଥମେ ଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ ଏବଂ ପୋକ୍ସୋ ଆଇନର ଧାରା ୧୮ ଅନୁଯାୟୀ, ବଳାତ୍କାର ପାଇଁ ବିଚାର କରାଯାଇଥିଲା।ତଥାପି, ଆହ୍ଲାବାଦ ହାଇକୋର୍ଟର ବିଚାରପତି ରାମ ମନୋହର ନାରାୟଣ ମିଶ୍ରଙ୍କ ଖଣ୍ଡପୀଠ ଅଭିଯୁକ୍ତଙ୍କୁ POCSO ଆଇନର ଧାରା 9/10 (ଗମ୍ଭୀର ଯୌନ ନିର୍ଯାତନା) ସହିତ ଧାରା 354-B IPC (ଆକ୍ରମଣ କିମ୍ବା ଅପରାଧିକ ବଳ ପ୍ରୟୋଗ) ଅନୁଯାୟୀ ବିଚାର କରିବାକୁ ନିର୍ଦ୍ଦେଶ ଦେଇଥିଲେ।