ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆଗାମୀ ୭ ଦିନ ଯାଏଁ ବର୍ଷା ଘଡଘଡି ବିଜୁଳି ସହ ଝଡପବନ

ଲଘୁଚାପ ପ୍ରଭାବରେ ଓଡ଼ିଶାରେ ଆଗାମୀ ୭ ଦିନ ଯାଏଁ ବର୍ଷା ଘଡଘଡି ବିଜୁଳି ସହ ଝଡପବନ ଦେଖିବାକୁ ମିଳିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ଆସନ୍ତା ୨୪ ଘଣ୍ଟାରେ ନୂଆପଡା, ବଲାଙ୍ଗୀର, ସୋନପୁର, ବୌଦ୍ଧ ଓ ବରଗଡକୁ ବାଦ ଦେଇ ଅବଶିଷ୍ଟ ୨୫ ଜିଲ୍ଲା କିଛି କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି ।ବିଶେଷ କରି ଉପକୂଳ ସମେତ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଏହିସବୁ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହାସହ ଏଥି ମଧ୍ୟରୁ ୧୯ ଜିଲ୍ଲାରେ ବର୍ଷା ସମୟରେ ୪୦ ରୁ ୫୦ କିମି ଓ ଅବଶିଷ୍ଟ ୬ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେର ଝଡ ପବନ ସମ୍ଭାବନାକୁ ନେଇ ସତର୍କତା ଦେଇଛି ବିଭାଗ ।

ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି, ‘ଆସନ୍ତାକାଲି ପାଇଁ ବିଶେଷ କରି ଉପକୂଳ ଓଡ଼ିଶାର ୧୪ ଜିଲ୍ଲା ସୁନ୍ଦରଗଡ,ମୟୂରଭଞ୍ଜ, କେନ୍ଦୁଝର,ବାଲେଶ୍ୱର, ଭଦ୍ରକ, ଯାଜପୁର କଟକ, କେନ୍ଦ୍ରାପଡା ,ଜଗତସିଂହପୁର ,ଖୋର୍ଦ୍ଧା, ପୁରୀ ,ନୟାଗଡ ଗଞ୍ଜାମ ଓ ଗଜପତିକୁ ୟେଲୋ ୱାର୍ଣ୍ଣିଂ କରାଯାଇଛି । ଏହିସବୁ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବା ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହେବାର ସମ୍ଭାବନା ରହିଛି ।୧୩ ଓ ୧୪ ତାରିଖରେ ୱାର୍ଣ୍ଣିଂ ନଥିଲେ ବି ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ସହ ଆସନ୍ତା ୧୬ ତାରିଖ ଯାଏ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ସେପଟେ ଆଗାମୀ ୫ ଦିନରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ନାହିଁ ବିଭାଗ ପୂର୍ବାନୁମାନ କରିଛି ।

ସେହିପରି ୧୨ ତାରିଖରେ ଉପକୂଳ ଓଡ଼ିଶାର ମାଲକାନଗିରି,ରାୟଗଡା କୋରାପୁଟ, ଗଂଜାମ,ଗଜପତି,ମୟୂରଭଞ୍ଜ କେନ୍ଦୁଝର ,ବାଲେଶ୍ୱର, ଭଦ୍ରକ, ଯାଜପୁର କଟକ, କେନ୍ଦ୍ରାପଡା,ଜଗତସିଂହପୁର ,ଖୋର୍ଦ୍ଧା, ପୁରୀ ଓ ନୟାଗଡ ଏହି ୧୬ ଜିଲ୍ଲାକୁ ବିଜୁଳି ଘଡଘଡି ସହ ଵର୍ଷ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଏହିସବୁ ଜିଲ୍ଲାରେ ୩୦ ରୁ ୪୦ କିମି ବେଗରେ ପବନ ସହ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି ।

Related Articles

Back to top button