ଫେରିଲେ ସାଂସଦ ସସ୍ମିତ ପାତ୍ର, ହେଲେ ଦେଲେ ନାହିଁ କୈାଣସି ପ୍ରତିକ୍ରିୟା

ବିଦେଶ ଗସ୍ତରୁ ଫେରିଲେ ସାଂସଦ ସସ୍ମିତ ପାତ୍ର । ଦିଲ୍ଲୀରେ ପହଞ୍ଚିବା ପରେ ଗଣମାଧ୍ୟମକୁ ୱକଫ୍ ଭୋଟିଂ ସମ୍ପର୍କରେ ପ୍ରତିକ୍ରିୟା ଦେବାକୁ ମନା କଲେ ସସ୍ମିତ । ୱକଫ୍ ଭୋଟିଂକୁ ନେଇ ଉଠିଥିବା ବିବାଦକୁ ନେଇ ବିଜେଡି ଟଳମଣ ପରିସ୍ଥିତିରେ ଥିଲେ ସୁଦ୍ଧା ସସ୍ମିତ ମୁହଁ ନ ଖୋଲିବା ଏବେ ବଡ଼ ପ୍ରଶ୍ୱବାଚୀ ସୃଷ୍ଟି କରିଛି ।ନିକଟରେ ବିଜେଡି ରାଜ୍ୟ ସଭା ସାଂସଦ ମୁନା ଖାନ୍ ନବୀନଙ୍କୁ ଭେଟି ସସ୍ମିତଙ୍କ ନିଲମ୍ବନ ଦାବି କରିଥିଲେ । ଏହାଛଡ଼ା ଗତକାଲି ନବୀନ ଜାତୀୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ସସ୍ମିତଙ୍କ ସମ୍ପର୍କରେ କୌଣସି ଟିପ୍ପଣୀ ଦେଇ ନ ଥିଲେ ।

Related Articles

Back to top button