
୧୭ ତାରିଖରେ ଆସିବେ ଗଡ଼କରୀ : ବିଭିନ୍ନ NHAI ପ୍ରକଳ୍ପର କରିବେ ସମୀକ୍ଷା
ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ଆସନ୍ତା ୧୭ ତାରିଖରେ ଆସିବେ ଗଡ଼କରୀ, ଏହି ସମୟରେ ସେ କଟକରେ ଆୟୋଜିତ ମହତାବଙ୍କ ଜୟନ୍ତୀ ଅଉତ୍ସବରେ ଯୋଗଦେବେ ।ସେହିପରି ବିଭିନ୍ନ NHAI ପ୍ରକଳ୍ପର ସମୀକ୍ଷା କରିବେ ଏବଂ ୫ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ମଧ୍ୟ କରିବେ ଗଡ଼କରୀ । ଏନେଇ ସୂଚନା ଦେଲେ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।