
ଦାରା ସିଂହର ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ମିଳିଲା ମୁକ୍ତି
ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନସ୍ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂହର ସହଯୋଗୀ ମହେନ୍ଦ୍ର ହେମ୍ବ୍ରମଙ୍କୁ ମିଳିଲା ମୁକ୍ତି। କାରାଦଣ୍ଡ ସମୟରେ ବ୍ୟବହାରରେ ସୁଧାର ଆସିଥିବାରୁ ମୁକ୍ତି ପାଇଁ ସରକାର କରିଥିଲେ ସୁପାରିସ। ମହେନ୍ଦ୍ର ହେମ୍ବ୍ରମ୍ ୨୦୦୦ ମସିହାରୁ ଦୀର୍ଘ ୨୫ ବର୍ଷ ଧରି ଆଜୀବନ ସଜା କାଟୁଥିଲେ। ୧୯୯୯ ମସିହା ୨୨ ତାରିଖ ରାତିରେ ଆନନ୍ଦପୁର ଥାନା ମନୋହରପୁର ଗ୍ରାମରେ ଗ୍ରାହାମ ଷ୍ଟେନସ୍ ଏବଂ ତାଙ୍କର ୨ ପୁଅ ଫିଲିପ୍ ଏବଂ ତିମୋତିଙ୍କ ସହ ଗାଡ଼ିରେ ଶୋଇଥିବାବେଳେ ଦୁର୍ବୃତ୍ତମାନଙ୍କ ଗାଡ଼ିରେ ନିଆଁ ଲଗାଇ ଦେବାରୁ ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିଲା। ଏହି ଘଟଣା ସାରା ବିଶ୍ୱରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ମାମଲାରେ ଦାରା ସିଂହ ଏବେ ସଜା କାଟୁଥିବା ବେଳେ ମହେନ୍ଦ୍ର ହେମ୍ବ୍ରମ ଆଜି ଜେଲରୁ ମୁକ୍ତି ପାଇଛନ୍ତି।