ଅପ୍ରେଲ ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତି ଶେଷ କରିବାକୁ ଯୋଗାଣ ସଚିବଙ୍କ ନିର୍ଦ୍ଦେଶ

ଅପ୍ରେଲ ୨୨ ସୁଦ୍ଧା ରାସନ କାର୍ଡ ପ୍ରସ୍ତୁତି ଶେଷ କରିବାକୁ ଯୋଗାଣ ସଚିବଙ୍କ ନିର୍ଦ୍ଦେଶ । ଏଥିପାଇଁ ବ୍ଲକ ଓ ପୌରାଞ୍ଚଳ ସ୍ତରୀୟ ପ୍ରସ୍ତୁତି ପ୍ରକ୍ରିୟା ଧାର୍ଯ୍ୟ ସମୟ ଭିତରେ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ । ଜିଲ୍ଲାପାଳଙ୍କୁ ଦେଇଥିବା ଚିଠିରେ ସେ ଉଲ୍ଲେଖ କରିଛନ୍ତି, ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନା ନିୟମ-୨୦୨୦ ଅନୁଯାୟୀ ଯୋଗ୍ୟ ହିତାଧିକାରୀଙ୍କୁ ନୂତନ ରାଶନ କାର୍ଡ ଯୋଗାଇ ଦିଆଯିବ। ଏଥିପୂର୍ବରୁ ଥିବା ରାଶନକାର୍ଡ ତାଲିକାରେ ନୂତନ ସଦସ୍ୟଙ୍କୁ ଯୋଡ଼ିବା ପାଇଁ ସରକାର ଏକ ଚୂଡ଼ାନ୍ତ ତାଲିକାକୁ ଅନୁମୋଦନ ଦେଇଛନ୍ତି । ତେଣୁ ଏପ୍ରିଲ ୨୨ ପୂର୍ବରୁ ନୂଆ ରାଶନ କାର୍ଡ ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ସଞ୍ଜୟ ଉକ୍ତ ପତ୍ରରେ ଦର୍ଶାଇଛନ୍ତି।

ପତ୍ରରେ ସେ ଆହୁରି ଉଲ୍ଲେଖ କରିଛନ୍ତି, ଏପ୍ରିଲ ୨୨ ପୂର୍ବରୁ ସଂପୃକ୍ତ ବିଡିଓ ଏବଂ ପୌରାଞ୍ଚଳ ଅଧିକାରୀଙ୍କୁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରଦାନ କରାଯିବ। ରାଶନ କାର୍ଡରେ ଥିବା ସମସ୍ତ ସଦସ୍ୟଙ୍କ ଇ-କେୱାଇସି ଯାଞ୍ଚ ପରେ ଡ୍ରାଫ୍ଟ ପ୍ରାଥମିକତା ତାଲିକା (ଡିପିଏଲ)ରେ ରଖାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଚୂଡ଼ାନ୍ତ ପ୍ରାଥମିକତା ତାଲିକାକୁ ସ୍ଥାନାନ୍ତର କରିବା ଏବଂ ରାଶନ କାର୍ଡ ପିଡିଏଫ୍ ସୃଷ୍ଟି କରିବା ପାଇଁ ଆରସିଏମ୍ଏସ୍ରେ ବ୍ଲକ/ୟୁଏଲ୍ବି ସ୍ତରର ବିଡିଓଙ୍କୁ ସ୍ବୀକୃତି ଦିଆଯାଇଛି । ସେମାନେ ଉକ୍ତ ତାଲିକା ଅନୁଯାୟୀ ହିତାଧିକାରୀଙ୍କ ଇ-କଓ୍ବୋଇସି ଯାଞ୍ଚ କରିବେ।ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ବିଡିଓ ଓ ମହାନଗର ନିଗମ ଆୟୁକ୍ତ ତଥା ପୌରାଞ୍ଚଳ ଅଧିକାରୀ ରଙ୍ଗିନ ରାଶନ କାର୍ଡ ପିଡିଏଫ୍ ଫର୍ମାଟରେ ପ୍ରସ୍ତୁତ କରିବେ। ସେଥିରେ ରାଶନକାର୍ଡର ଉଭୟ ପକ୍ଷରେ ହିତାଧିକାରୀଙ୍କ ସମ୍ପୂର୍ଣ୍ଣ ବିବରଣୀ ରହିବ।

Related Articles

Back to top button