ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କର ଆଜି ଭାଟିକାନ୍ ସିଟିରେ ହୋଇଛି ଦେହାନ୍ତ

ଖ୍ରୀଷ୍ଟିଆନ ଧର୍ମଗୁରୁ ପୋପ୍ ଫ୍ରାନ୍ସିସଙ୍କର ଆଜି ଭାଟିକାନ୍ ସିଟିରେ ଦେହାନ୍ତ ହୋଇଯାଇଛି। ଭାଟିକାନ ଅନୁଯାୟୀ, ପୋପ୍ ଆଜି ସ୍ଥାନୀୟ ସମୟ ସକାଳ 7:35 ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୋପ୍ ଫ୍ରାନ୍ସିସ୍ ଇତିହାସର ପ୍ରଥମ ଲାଟିନ୍ ଆମେରିକୀୟ ପୋପ୍ ଥିଲେ। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଫ୍ରାନ୍ସିସ୍‌ଙ୍କୁ ନିମୋନିଆ ହେବା ପରେ ସମ୍ପ୍ରତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋପ୍ ଫ୍ରାନ୍ସିସ୍‌ଙ୍କ ମୃତ୍ୟୁ ଖବର ଭାଟିକାନ୍ ସିଟିରୁ ଦିଆଯାଇଛି। ମୃତ୍ୟୁ ବେଳକୁ ଫ୍ରାନ୍ସିସଙ୍କୁ ୮୮ ବର୍ଷ ବୟସର ଥିଲେ। ମାତ୍ର ଗୋଟିଏ ଦିନ ପୂର୍ବରୁ, ସେ ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଥିଲେ। ତାଙ୍କ ମୃତ୍ୟୁ ଖବର ପାଇବା ପରେ, ବିଶ୍ୱର ୧.୪ ବିଲିୟନ କ୍ୟାଥୋଲିକ ଶୋକରେ ବୁଡ଼ିଯାଇଛନ୍ତି।

ସେ ଗତ କିଛି ମାସ ଧରି ସ୍ୱାସ୍ଥ୍ୟ ସମସ୍ୟାରେ ପୀଡିତ ଥିଲେ। ତାଙ୍କୁ ଫେବୃଆରୀ ୧୪ ତାରିଖରେ ରୋମର ଜେମେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ନିମୋନିଆ ଏବଂ ରକ୍ତହୀନତାର ମଧ୍ୟ ଚିକିତ୍ସାଧୀନ ଥିଲେ। ଫୁସଫୁସ ସଂକ୍ରମଣ ଯୋଗୁଁ ତାଙ୍କୁ 5 ସପ୍ତାହ ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ସମୟରେ, କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟାଳୟ ଭାଟିକାନ କହିଥିଲା ଯେ ପୋପଙ୍କ ରକ୍ତ ପରୀକ୍ଷା ରିପୋର୍ଟରେ କିଡନୀ ଫେଲ ହେବାର ଲକ୍ଷଣ ଦେଖାଯାଇଥିଲା। ଏହା ସହିତ, ପ୍ଲେଟଲେଟର ଅଭାବ ମଧ୍ୟ ଚିହ୍ନଟ ହୋଇଥିଲା। ତଥାପି, ତାଙ୍କୁ ମାର୍ଚ୍ଚ 14 ତାରିଖରେ ଡିସଚାର୍ଜ କରାଯାଇଥିଲା।

Related Articles

Back to top button