ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା : ସତର୍କ ସୂଚନା ଜାରି କଲା ଭାରତୀୟ ପାଣିପାଗ ବିଭାଗ

ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା। ଏନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ସୋମବାର ରାତି ସୁଦ୍ଧା ୧୩ଟି ଜିଲ୍ଲାରେ ଝଡବର୍ଷା ନେଇ ୟେଲୋ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି ଏବଂ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ଉପକୂଳ ଅଞ୍ଚଳରେ ୪୫ ରୁ ୫୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ତୋଫାନ ସହ ପାଗ ଖରାପ ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।ଏହି ସମୟ ମଧ୍ୟରେ ମତ୍ସ୍ୟଜୀବୀମାନଙ୍କୁ ଉତ୍ତର ଓଡ଼ିଶା ଉପକୂଳ ଏବଂ ଏହାର ବାହାରେ ସମୁଦ୍ର ଭିତରକୁ ନଯିବାକୁ ପରାମର୍ଶ ଦିଆଯାଇଛି।

ପାଣିପାଗ ବିଭାଗ ପକ୍ଷରୁ ଆଜିଠୁ ଅର୍ଥାତ୍ ୨୮ ଅପ୍ରେଲରୁ ମେ ୨ତାରିଖ ଯାଏଁ ଘଡ଼ଘଡ଼ି ସହିତ ବର୍ଷା ଏବଂ ପବନ ବହିବା ପାଇଁ ୟୋଲୋ ଏବଂ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ୨୯ ଏପ୍ରିଲରୁ ମେ’୧ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ସମ୍ବଲପୁର, ସୋନପୁର, କୋରାପୁଟ ଏବଂ କେନ୍ଦ୍ରାପଡ଼ାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ତେବେ ଏହି ଜିଲ୍ଲାଗୁଡ଼ିକର ଲୋକମାନଙ୍କୁ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସତର୍କ ରହିବା ସହ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦିଆଯାଇଛି।ତେବେ ପ୍ରବଳ ପବନ ଯୋଗୁଁ ଅସୁରକ୍ଷିତ ନିର୍ମାଣ, କଦଳୀ ଗଛ ଏବଂ ଠିଆ ଫସଲର ସାମାନ୍ୟ କ୍ଷତି ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସେପଟେ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି।

Related Articles

Back to top button