
ଓଡ଼ିଶାରେ ଥିବା ୧୨ ପାକିସ୍ତାନୀଙ୍କ ମଧ୍ୟରୁ ଜଣେ ରାଜ୍ୟ ଛାଡ଼ି ସାରିଛନ୍ତି : ଡିଜିପି
ଓଡ଼ିଶାରେ ଥିବା ୧୨ ପାକିସ୍ତାନୀକୁ ଦେଶ ଛାଡ଼ ନୋଟିସ୍ ପ୍ରସଙ୍ଗ। ଜଣେ ପାକିସ୍ତାନୀ ନାଗରିକ ଓଡ଼ିଶା ଛାଡ଼ି ସାରିଛନ୍ତି କହିଲେ ଡିଜିପି ।ଯେଉଁମାନେ ଦୀର୍ଘମିଆଦି ଭିସା ପାଇଛନ୍ତି ବା ଆବେଦନ ବିଚାରାଧୀନ ଦେଖୁଛୁ । ତା ଉପରେ ଆମେ ପରବର୍ତ୍ତୀ ନିର୍ଦ୍ଦେଶନାମାକୁ ଅପେକ୍ଷା କରି ରହିଛୁ।ଓଡ଼ିଶାରେ ଆଉ ପାକିସ୍ତାନୀ ନାଗରିକ ରହିପାରିବେ ନାହିଁ। ସେମାନଙ୍କୁ ରାଜ୍ୟର ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି।ଦୀର୍ଘକାଳୀନ ଭିସା ବଳରେ ଭାରତର ବିଭିନ୍ନ ରାଜ୍ୟରେ ପାକିସ୍ତାନୀ ନାଗରିକମାନେ ରହୁଛନ୍ତି। ସେମାନେ ବିଭିନ୍ନ କାମରେ କାର୍ଯ୍ୟରତ ଅଛନ୍ତି। ଏହିକ୍ରମରେ ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହୁଥିବା ଜଣାପଡ଼ିଛି। ଦୀର୍ଘକାଳୀନ ଭିସା ବଳରେ ପାକିସ୍ତାନୀ ନାଗରିକମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି।
ଓଡ଼ିଶାରେ ଆଉ ପାକିସ୍ତାନୀ ନାଗରିକ ରହିପାରିବେ ନାହିଁ। ସେମାନଙ୍କୁ ରାଜ୍ୟର ବିଦା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୀର୍ଘକାଳୀନ ଭିସା ବଳରେ ଭାରତର ବିଭିନ୍ନ ରାଜ୍ୟରେ ପାକିସ୍ତାନୀ ନାଗରିକମାନେ ରହୁଛନ୍ତି। ସେମାନେ ବିଭିନ୍ନ କାମରେ କାର୍ଯ୍ୟରତ ଅଛନ୍ତି। ଏହିକ୍ରମରେ ଓଡ଼ିଶାରେ ୧୨ଜଣ ପାକିସ୍ତାନୀ ନାଗରିକ ରହୁଥିବା ଜଣାପଡ଼ିଛି। ଦୀର୍ଘକାଳୀନ ଭିସା ବଳରେ ପାକିସ୍ତାନୀ ନାଗରିକମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବସବାସ କରୁଛନ୍ତି।