ପହଲଗାମ୍ ଆତଙ୍କୀ ହମଲା ପଛରେ ପୂର୍ବତନ ପାକିସ୍ତାନୀ ପାରା-କମାଣ୍ଡୋ ହସିମ ମୂଷା

ପହଲଗାମ୍ ଆକ୍ରମଣର ମୁଖ୍ୟ ଖଳନାୟକ ପାକିସ୍ତାନୀ ଆତଙ୍କବାଦୀ ପୂର୍ବତନ ପାରା-କମାଣ୍ଡୋ। ପହଲଗାମ୍ ଆତଙ୍କୀ ହମଲା ପଛରେ ପୂର୍ବତନ ପାକିସ୍ତାନୀ ପାରା-କମାଣ୍ଡୋ । କମାଣ୍ଡୋ ଟ୍ରେନିଂ ପାଇଥିବା ହସିମ ମୂଷା ମୁଖ୍ୟ ଖଳନାୟକ । ପାକିସ୍ତାନ ସେନାର ସ୍ପେଶାଲ ଫୋର୍ସରେ ନେଇଛି ସ୍ବତନ୍ତ୍ର ଟ୍ରେନିଂ । ସ୍ପେଶାଲ ସର୍ଭିସ ଗ୍ରୁପ ପାକିସ୍ତାନ ସେନାର ଏଲିଟ୍‌ ସ୍ପେଶାଲ ଫୋର୍ସ । ସୁରକ୍ଷାବାହିନୀର ଯାଞ୍ଚରୁ ମୂଷାର ଭୂମିକା ସ୍ପଷ୍ଟ ।ସେନାରୁ ଟ୍ରେନିଂ ପାଇଥିବା ହସିମ ଲସ୍କର-ଇ-ତୋଇବାର ହାର୍ଡକୋର ଆତଙ୍କବାଦୀ । ସମସ୍ତ ପ୍ରକାର ରଣକୌଶଳରେ ପାରଙ୍ଗମ ମୂଷା । କଠୋର ତାଲିମ ଜରିଆରେ ନିଜକୁ ପ୍ରସ୍ତୁତ କରିଛି ମୂଷା । ପ୍ଲାନିଂ, ଅସ୍ତ୍ର ଯୋଗାଣ, ଟାର୍ଗେଟ ସିଲେକ୍ସନଠୁ ନେଇ ସବୁକିଛି ଦେଖୁଥିଲା ହସିମ ମୂଷା । ହସିମ ନାଁରେ ରହିଛି ୬୦ ଲକ୍ଷର ମୁଣ୍ଡ ଜାମିନ । ୨୦୨୩ ସେପ୍ଟେମ୍ବରରେ କାଶ୍ମୀର ଭ୍ୟାଲିରେ ପ୍ରବେଶ କରିଥିଲା ମୂଷା । ବୁଦଗାଓଁ ଅଧିକ ସକ୍ରିୟ ଥିଲା ।

ଆତଙ୍କବାଦୀଙ୍କୁ ତାଲିମ ଏବଂ କିଟ୍ ଯୋଗାଉଥିବା ସଂସ୍ଥାର ଏକ ସଦସ୍ୟ ହେଉଛି ମୁସା। ତେଣୁ ପହଲଗାମ ଆତଙ୍କୀ ହମଲା ପଛରେ ପାକ୍ ଗୁଇନ୍ଦା ସଂସ୍ଥା ଆଇଏସଆଇର ଭୂମିକା ଥିବା ସନ୍ଦେହ କରାଯାଉଛି । ସେହିପରି ଗତବର୍ଷ ଅକ୍ଟୋବରରେ ଗଣ୍ଡେରଓଲ ଓ ବାରମୂଲା ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୁସା ଷଡଯନ୍ତ୍ରକାରୀ ବୋଲି ଜଣାପଡ଼ିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣର ଏବେ ତଦନ୍ତ କରୁଛି ଏନଆଇଏ । ଏହି ଆକ୍ରମଣରେ ଓସିଜିଡବ୍ଲୁର ସ୍ଥାନୀୟ ନେଟୱାର୍କ ଓ ଦକ୍ଷିଣ କାଶ୍ମୀରର ଆତଙ୍କୀ ପ୍ରୋତ୍ସାହନକାରୀଙ୍କ ସଂପୃକ୍ତି ଥିବା ତଦନ୍ତରୁ ଜଣାପଡ଼ିଛି ।ପାକିସ୍ତାନ ସେନା ଛାଡ଼ିବା ପରେ ମୁସା ପ୍ରତିବନ୍ଧିତ ଲସ୍କର ଏ ତୋଏବାରେ ଯୋଗ ଦେଇଥିଲା । ୨୦୨୩ ସେପ୍ଟେମ୍ବରରେ ସେ ଭାରତରେ ଅନୁପ୍ରବେଶ କରିଥିଲା । ପରେ ବଡ଼ଗାମ ଜିଲ୍ଲାରେ ସେ ବିଭିନ୍ନ ଆତଙ୍କବାଦୀ ଆକ୍ରମଣରେ ସଂପୃକ୍ତି ଥିଲା । ପୂର୍ବରୁ ୨୦୨୪ ଅକ୍ଟୋବରରେ କଶ୍ମୀରର ଗଗନଗିରି ଓ ଗଣ୍ଡେରୱାଲରେ ମଧ୍ୟ ମୁସା ଆକ୍ରମଣ କରିଥିଲା । ଏଥିରେ ୬ଜଣ ଅଣ କଶ୍ମୀରଙ୍କ ସହ ଜଣେ ଡାକ୍ତର ପ୍ରାଣ ହରାଇଥିଲେ ।

Related Articles

Back to top button