ବନ୍ଦ ହେଲା କରାଚି, ଲାହୋର ଏୟାରସ୍ପେସ

ବନ୍ଦ ହେଲା କରାଚି, ଲାହୋର ଏୟାରସ୍ପେସ । ଭାରତୀୟ ବିମାନ ଲାଗି ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ । ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ । ସୁରକ୍ଷା କାରଣ ଦେଖାଇ ବନ୍ଦ କଲା ପାକିସ୍ତାନ । ଆଂଶିକ ଏୟାରସ୍ପେସ ବନ୍ଦ କଲା ପାକିସ୍ତାନ । ପ୍ରତିଦିନ ଭୋର ୪ଟାରୁ ସକାଳ ୮ଟା ପର୍ଯ୍ୟନ୍ତ ବନ୍ଦ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏୟାରସ୍ପେସ ବନ୍ଦ ନିଷ୍ପତ୍ତି ।

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି । ଭାରତ ସରକାର ମେ’ ୧ରୁ ଅଟ୍ଟାରୀ ବର୍ଡର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଏବେ ସାଧାରଣ ନାଗରିକଙ୍କ ପାଇଁ ସୀମା ଖୋଲା ରହିଛି । ଏହା ମାନେ ଏବେ ଭାରତରେ ଥିବା ପାକିସ୍ତାନୀ ନାଗରିକ ନିଜ ଦେଶକୁ ଯାଇ ପାରିବେ । କିନ୍ତୁ ପାକିସ୍ତାନ ନିଜ ପଟୁ ସୀମା ବନ୍ଦ କରିଦେଇଛି । ସେ ନିଜ ଦେଶର ନାଗରିକଙ୍କୁ ମଧ୍ୟ ପ୍ରବେଶ କରିବାକୁ ଅନୁମତି ଦେଉନାହିଁ । ଆଜି ସକାଳୁ ଜଣେ ବି ନାଗରିକ ସେପଟକୁ ଯାଇ ନାହାନ୍ତି ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଏ ପର୍ଯ୍ୟନ୍ତ ୯୨୯ ଜଣ ନାଗରିକ ପାକିସ୍ତାନକୁ ଯାଇଛନ୍ତି । ୨୪ ଏପ୍ରିଲରେ ୨୮ ଜଣ, ୨୫ ଏପ୍ରିଲରେ ୧୯୧ ଜଣ, ୨୬ ଏପ୍ରିଲରେ ୮୧ ଜଣ, ୨୭ ଏପ୍ରିଲରେ ୨୩୭ ଜଣ , ୨୮ ଏପ୍ରିଲରେ ୧୪୫ ଜଣ ନାଗରିକ , ୨୯ ଏପ୍ରିଲରେ ୧୦୪ ଜଣ ଏବଂ ୩୦ ଏପ୍ରିଲରେ ୧୪୦ ଜଣ ପାକିସ୍ତାନୀ ନାଜରିକ ଅଟ୍ଟରୀ ସୀମା ଦେଇ ପାକିସ୍ତାନ ଯାଇଛନ୍ତି ।

Related Articles

Back to top button