
ପିଓକେରେ ହଜାରେ ମଦ୍ରାସା ବନ୍ଦ କରିଛି ପାକିସ୍ତାନ
ପହଲଗାମ ଆତଙ୍କବଦ ଆକ୍ରମଣ ପରେ ଭାରତର ରଣନୀତିକୁ ନେଇ ସାରା ବିଶ୍ୱରେ କଳ୍ପନାଜଳ୍ପନା । ପାକିସ୍ତାନ ବିରୋଧରେ ଭାରତ ଅନେକ ବଡ ନିଷ୍ପତ୍ତି ନେଇଛି । ଏହାରି ମଧ୍ୟରେ ପିଓକେରେ ହଜାରେ ମଦ୍ରାସା ବନ୍ଦ କରିଛି ପାକିସ୍ତାନ । ଭାରତ ପକ୍ଷରୁ ଆକ୍ରମଣ ଆଶଙ୍କା ଥିବାରୁ ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା ନେଇ ସୂଚନା ରହିଛି ।ସେହିପରି ରାସନ ମହଜୁଦ ରଖିବାକୁ ନିଜ ନାଗରିକଙ୍କୁ ପାକିସ୍ତାନର ନିର୍ଦ୍ଦେଶ ଦେଇଛି । ସୀମାନ୍ତରେ ରହୁଥିବା ନାଗରିକଙ୍କୁ ୨ ମାସର ରାସନ ରଖିବା ପାଇଁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପାକିସ୍ତାନରେ ପ୍ରାୟ ଏକ ହଜାରେ ମଦ୍ରାସା ବନ୍ଦ କରାଯାଇଛି ।