ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ

ମେ ତୃତୀୟ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ରେଜଲ୍ଟ। ଏ ନେଇ ସୂଚନା ଦେଇଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷା ନିୟନ୍ତ୍ରକ। ମେ’ ୧ ସୁଦ୍ଧା ଖାତା ଦେଖା ଶେଷ ହୋଇଛି । ଖୁବଶୀଘ୍ର ରେଜଲ୍ଟ ବାହାରିବ ,ନିର୍ଦ୍ଦିଷ୍ଟ ଭାବେ କେବେ ରେଜଲ୍ଟ ବାହାରିବ ତାହା ଜଣାଇ ଦିଆଯିବ । ତେବେ ଆସନ୍ତା ୬ ରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବା ନେଇ ପ୍ରଚାରିତ ହୋଇଥିବା ଖବର ହେବା ସମ୍ପୂର୍ଣ୍ଣ ଗୁଜବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପକ୍ଷରୁ ସୂଚନା ମିଳିଛି । ତେବେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ନେଇ କୌଣସି ତାରିଖ CHSE ପକ୍ଷରୁ ପ୍ରକାଶ କରାଯାଇନଥିବା ବେଳେ ଗତ ମାର୍ଚ୍ଚ ୨୭ ତାରିଖରେ ପରୀକ୍ଷା ସରିବାପରେ ଏପ୍ରିଲ ୨ ତାରିଖରୁ ୧୨୭୬ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯାଇଥିଲା ।

Related Articles

Back to top button